ଆଜି ରାଜ୍ୟରେ ସୁସ୍ଥହେଲେ ୬୮୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୬୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୮୦୬୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରୁ ଆଜି ସର୍ବାଧିକ ୩୦୭ ଜଣ ସୁସ୍ଥ ହୋଇଥିବାବେଳେ ଜଗତସିଂହପୁର ଜିଲ୍ଲାରୁ ୫୯ ଜଣ, ଭଦ୍ରକ ଜିଲ୍ଲାରୁ ୫୨ଜଣ, ନୟାଗଡରୁ ୩୫ଜଣ, ଝାରସୁଗୁଡାରୁ ୩୦ଜଣ, ଯାଜପୁରରୁ ୨୫ଜଣ, କଟକରୁ ୨୪ଜଣ, ଗଜପତିରୁ ୨୩ଜଣ, ମାଲକାନଗିରିରୁ ୧୮ଜଣ, କୋରାପୁଟରୁ ୧୭ଜଣ , କନ୍ଧମାଳରୁ ୧୬ଜଣ, କେନ୍ଦୁଝରରୁ ୧୪ଜଣ, ବରଗଡରୁ ୧୨ଜଣ, ବାଲେଶ୍ୱର, କେନ୍ଦ୍ରାପଡା, ସମ୍ବଲପୁରରୁ ୧୧ ଜଣ ଲେଖାଏଁ, ରାୟଗଡାରୁ ୧୦ଜଣ, ଅନୁଗୁଳରୁ ୫ଜଣ, ନବରଙ୍ଗପୁରରୁ ୩ଜଣ, କଳାହାଣ୍ଡିରୁ ୨ଜଣ, ବଲାଙ୍ଗିର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।