ରାଜ୍ୟରେ ଆଜି ସୁସ୍ଥହେଲେ ୬୪୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩୧୪୬୬୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ଲକ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମୟୂରଭଞ୍ଜ ଜିଲ୍ଲାରୁ ୭୦ ଜଣ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ ଜିଲ୍ଲାରୁ ୫୪ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବାଲେଶ୍ୱର ଜିଲ୍ଲାରୁ ୫୩, ଖୋର୍ଦ୍ଧାରୁ ୫୦, କଟକରୁ ୪୮, ଅନୁଗୁଳରୁ ୪୦, ବଲାଙ୍ଗିରରୁ ୪୦, କଳାହାଣ୍ଡିରୁ ୩୨, ଜଗତସିଂହପୁରରୁ ୩୧, ପୁରୀରୁ ୨୮, ବରଗଡରୁ ୨୧, ଯାଜପୁରରୁ ୨୧, ନୂଆପଡାରୁ ୧୮, କେନ୍ଦୁଝରରୁ ୧୫, ଝାରସୁଗୁଡାରୁ ୧୪, କେନ୍ଦ୍ରାପଡାରୁ ୧୩, ସମ୍ବଲପୁରରୁ ୯, ଗଞ୍ଜାମରୁ ୮, ଭଦ୍ରକରୁ ୭, କୋରାପୁଟରୁ ୭, ନବରଙ୍ଗପୁରରୁ ୭, ରାୟଗଡାରୁ ୭, ଢେଙ୍କାନାଳରୁ ୬, ସୋନପୁରରୁ ୬, ବୌଦ୍ଧରୁ ୫, ମାଲକାନଗିରିରୁ ୫, ଗଜପତିରୁ ୪, କଳାହାଣ୍ଡିରୁ ୪, ନୟାଗଡରୁ ୪, ଦେବଗଡ଼ରୁ ୩ ଏବଂ ଷ୍ଟେଟପୁଲରୁ ୧୨ ଜଣ ସୁସ୍ଥ ହୋଇଛନ୍ତି।