ରାଜ୍ୟରେ ପୁଣି ସୁସ୍ଥହେଲେ ୩୩୬୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୩୩୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧ଲକ୍ଷ ୧୮ହଜାର ୬୪୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୦୬ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୩୪୮, ପୁରୀରୁ ୨୮୦, ମୟୂରଭଞ୍ଜରୁ ୨୦୬, ରାୟଗଡ଼ାରୁ ୧୭୩, ଭଦ୍ରକରୁ ୧୪୪, ସୁନ୍ଦରଗଡ଼ରୁ ୧୨୦, ଝାରସୁଗୁଡ଼ାରୁ ୧୧୯, ବରଗଡ଼ରୁ ୧୧୬, ଗଞ୍ଜାମରୁ ୧୧୦, କଳାହାଣ୍ଡି ୮୯, ସୋନପୁରରୁ ୭୭, କନ୍ଧମାଳରୁ ୮୫, କୋରାପୁଟରୁ ୭୧, ବାଲେଶ୍ୱରରୁ ୬୬, ସମ୍ବଲପୁରରୁ ୬୬, ବୌଦ୍ଧରୁ ୬୫, ନୟାଗଡ଼ରୁ ୫୮, କେନ୍ଦୁଝରରୁ ୫୧, କେନ୍ଦ୍ରାପଡ଼ାରୁ ୪୪, ଯାଜପୁରରୁ ୪୦, ବଲାଙ୍ଗିରରୁ ୩୯, ଜଗତସିଂହପୁରରୁ ୩୧, ଗଜପତିରୁ ୨୯, ଅନୁଗୁଳରୁ ୨୮, ଢ଼େଙ୍କାନାଳରୁ ୨୫, ନବରଙ୍ଗପୁରରୁ ୨୪, ମାଲକାନଗିରିରୁ ୨୨, ନୂଆପଡ଼ାରୁ ୧୭ ଓ ଦେବଗଡ଼ରୁ ୪ ଆକ୍ରାନ୍ତ କରୋନା ଭୂତାଣୁକୁ ପରାସ୍ତ କରିଛନ୍ତି।