୨୪ ଘଣ୍ଟାରେ ସୁସ୍ଥହେଲେ ଆଉ ୨୪୫୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨୪୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୫୬୦୦୩କୁ ବୃଦ୍ଧି ପାଇଛି।

ଆଜି ସୁନ୍ଦରଗଡ଼ରୁ ୪୫୮ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୫୦, ନୂଆପଡ଼ାରୁ ୨୧୭, ଝାରସୁଗୁଡ଼ାରୁ ୧୪୫, ସମ୍ବଲପୁରରୁ ୧୨୦, ପୁରୀରୁ ୧୧୨, ବରଗଡ଼ରୁ ୧୧୧, କଟକରୁ ୧୧୦, ବଲାଙ୍ଗିରରୁ ୧୦୯, କେନ୍ଦୁଝରରୁ ୭୪, ବାଲେଶ୍ୱରରୁ ୭୧, ଅନୁଗୁଳରୁ ୬୫, ଗଞ୍ଜାମରୁ ୬୫, ଯାଜପୁରରୁ ୪୭, ନବରଙ୍ଗପୁରରୁ ୪୩, ମୟୂରଭଞ୍ଜରୁ ୩୮, ରାୟଗଡ଼ାରୁ ୩୪, କଳାହାଣ୍ଡିରୁ ୩୧, ଭଦ୍ରକରୁ ୨୮, ସୋନପୁରରୁ ୨୫, ଦେବଗଡ଼ରୁ ୨୩, ଗଜପତିରୁ ୨୦, ଜଗତସିଂହପୁରରୁ ୧୮, କୋରାପୁଟରୁ ୧୭, ନୟାଗଡ଼ରୁ ୧୪, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୨, ମାଲକାନଗିରିରୁ ୭, ଢେଙ୍କାନାଳରୁ ୪ ଏବଂ ଷ୍ଟେଟପୁଲରୁ ୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।