ଭଲ ଖବର : ୨୪ ଘଣ୍ଟାରେ ରାଜ୍ୟରେ ସୁସ୍ଥହେଲେ ଆଉ ୨୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୯୫୪୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ଲକ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୯ ଜଣ ସୁସ୍ଥ ହୋଇଥିବାବେଳେ ଅନୁଗୁଳରୁ ୨୩ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୨୦, କେନ୍ଦୁଝରରୁ ୧୯, ବାଲେଶ୍ୱରରୁ ୧୬, ବରଗଡରୁ ୧୩, ଯାଜପୁରରୁ ୧୨, ଝାରସୁଗୁଡାରୁ ୧୦, ନୂଆପଡାରୁ ୧୦, ବଲାଙ୍ଗିରରୁ ୯, କଟକରୁ ୮, ଗଜପତିରୁ , କେନ୍ଦ୍ରାପଡାରୁ ୫, ମୟୁରଭଞ୍ଜରୁ ୫, ଦେବଗଡରୁ ୪, ପୁରୀରୁ ୪, ସୋନପୁରରୁ ୪, ଭଦ୍ରକରୁ ୩, ରାୟଗଡାରୁ ୩, ସମ୍ବଲପୁରରୁ ୩, ବୌଦ୍ଧରୁ ୨, ଗଞ୍ଜାମରୁ ୨, ଜଗତସିଂହପୁରରୁ ୧, କୋରାପୁଟରୁ ୧ ଏବଂ ଷ୍ଟଟପୁଲରୁ ୫ ଜଣ ସୁସ୍ଥ ହୋଇଛନ୍ତି।