ଭୁବନେଶ୍ବର,ଏନ୍ଏନ୍ଏସ୍: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଆସନ୍ତା ୭ ତାରିଖରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଶ୍ରୀ ହରିଚନ୍ଦନ ଆଜାଦୀକା ଅମୃତ ମହୋତ୍ସବ ଏବଂ କେତେକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଅଗଷ୍ଟ ୮ରେ ଦୈନିକ ସମ୍ବାଦପତ୍ର ପ୍ରଜାତନ୍ତ୍ରର ୭୫ ତମ ବାର୍ଷିକ ଉତ୍ସବ, ୯ରେ ଶତାବ୍ଦୀ ଭବନରେ ଆୟୋଜନ ହେବାକୁ ଥିବା ସ୍ବାଧୀନତା ସଂଗ୍ରାମୀ ସରଳା ଦେବୀଙ୍କର ସ୍ମରଣୀୟ ଦିବସ ଉତ୍ସବ, ସାହିତ୍ୟ ପତ୍ରିକା କାଦମ୍ବିନୀର ଅଗଷ୍ଟ ସଂଖ୍ୟା ଉନ୍ମୋଚନ ଉତ୍ସବରେ ଶ୍ରୀ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେବେ। ଏହାପରେ ୧୦ ତାରିଖ ପୂର୍ବାହ୍ନ ୧୦ ଟାରେ ଆନ୍ଧ୍ର ରାଜଭବନ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।