ଭୁବନେଶ୍ୱର, ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ହାଇଦ୍ରାବାଦ ଯିବେ କରୋନା ରୋଗୀ। ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରରୁ ତାଙ୍କୁ ହାଇଦ୍ରାବାଦ ନିଆଯିବ। ନୟାପଲ୍ଲୀସ୍ଥିତ ହେଲଥ ଭିଲେଜ ହସ୍ପିଟାଲରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଗ୍ରୀନ କରିଡରର ବ୍ୟବସ୍ଥା କରାଯାଇଛି । ଏନେଇ ଟ୍ରାଫିକ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆମ୍ବୁଲାନ୍ସ ଯିବା ବେଳେ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ ସମସ୍ତ ରାସ୍ତା।
ସୂଚନା ଯୋଗ୍ୟ, ସମ୍ପୃକ୍ତ ରୋଗୀଙ୍କ ଘର ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ଅଭୟ ଜେନା। କରୋନାରୁ ସୁସ୍ଥ ହେବା ପରେ ରୋଗୀଙ୍କର ଫୁସଫୁସରେ ସଂକ୍ରମଣ ହୋଇଥିଲା। ଭୁବନେଶ୍ୱରରେ ତାଙ୍କର କୃତ୍ରିମ ଫୁସଫୁସ ପ୍ରତିରୋପଣ କରାଯାଇଛି। ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ଯିବେ।