କୋଭିଡ ପାଇଁ ନାହିଁ ନିର୍ଦ୍ଦିଷ୍ଟ ଉପଚାର, ଏଲୋପାଥିକ ସହ ଖାଇପାରିବ ହୋମିଓପାଥିକ

ଭୁବନେଶ୍ବର,ଏନ୍ଏନ୍ଏସ୍: କୋଭିଡ ସଂକ୍ରମିତ ରୋଗୀଙ୍କ ହୋମିଓପାଥିକ ମେଡିସିନ ଆବଶ୍ୟକ ଅଛି କି ନାହିଁ ସେ ବାବଦରେ ଆଲୋଚନା କରିଛନ୍ତି ଡାକ୍ତର ରାଜେନ୍ଦ୍ର କୁମାର ଦାସ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା କୋଭିଡର ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ ଡାକ୍ତର ଦାସ ଏନେଇ ସବିଶେଷ ଆଲୋଚନା କରିଛନ୍ତି।

ଡାକ୍ତର ଦାସ କହିଛନ୍ତି ଯେ, ହୋମିଓପାଥିକ ହେଉଛି ଅଗ୍ରଣୀ ଚିକିତ୍ସା। କୋଭିଡ ବିରୋଧରେ ଇମ୍ୟୁନ ବୁଷ୍ଟ ଔଷଧ ବ୍ୟବହାର ପାଇଁ ଅସ୍ତ୍ର ଭାବରେ ଏହାକୁ ଗ୍ରହଣ କରାଯାଇଛି। କୌଣସି ହୋମିଓପାଥିକ ଔଷଧ ଖାଇବା ଦ୍ବାରା କୋଭିଡ ସମ୍ପୂର୍ଣ୍ଣ ଦୂର ହୁଏନାହିଁ। ଏହାର ଭୂମିକା ହେଉଛି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା। ଯାହା ଦ୍ୱାରା କୋଭିଡରେ ଆକ୍ରାନ୍ତ ହେବା ଆଶଙ୍କା ଖୁବ୍ କମ୍।

ଯଦି ବି ଆକ୍ରାନ୍ତ ହୁଅନ୍ତି ତେବେ ଗୁରୁତର ହେବା ଆଶଙ୍କା ନଥାଏ। ଭାରତ ସରକାରଙ୍କର ଗାଇଡଲାଇନ ଅନୁସାରେ ଘରୋଇ ସଂଗରୋଧରେ ହୋମିଓପାଥିକ ଔଷଧ ଦିଆଯାଇଛି। କୋଭିଡ ପରିଚାଳନାରେ ହୋମିଓପାଥିକ ଔଷଧର କିଛି ଯୋଗଦାନ ବା ଉପଯୋଗୀତା ରହିଛି। ଗୃହ ପୃଥକବାସରେ ଯେଉଁମାନେ ସାମାନ୍ୟ ଲକ୍ଷଣ ଥିବେ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଔଷଧ ଦେଇପାରିବା। ବିନା ଲକ୍ଷଣ ଯୁକ୍ତ ପଜିଟିଭ ଲୋକଙ୍କୁ ଆରସେନିକ ଆଲବମ ୩୦ ଔଷଧ ଦୈନିକ ୨ ଥର ଏକ ସପ୍ତାହ ଦିଆଯିବ। ଯେଉଁ ଲୋକମାନେ ଲକ୍ଷଣ ଯୁକ୍ତ ହୋଇଥିବେ ସେମାନଙ୍କ ପାଇଁ ଗୁରୁତର ଓ ଡାକ୍ତରଙ୍କ ପରାମର୍ଶରେ ଔଷଧ ଦିଆଯିବ।

ଯଦି ଅଧିକ ଦିନ ଧରି ଜ୍ୱର ଲାଗି ରହୁଛି ତେବେ ସ୍ୱଡ୍ରମ ଔଷଧ ଦିଆଯିବ। ପୋଷ୍ଟ କୋଭିଡ ପରେ କାଶ ହେଉ ବା ଜ୍ୱର ହେଉ ତାହା ପାଇଁ ମଧ୍ୟ ମେଡିସିନ୍ ରହିଛି। ବ୍ରାଅନିଆ, ରିମେକ୍ସ ଭଳି ଔଷଧ ଦିଆଯାଉଛି। ଯେଉଁ ଲୋକଙ୍କର ଶୁଖିଲା କାଶରେ କଫ ବାହାରୁଛି ତାଙ୍କୁ ପଲସିଟିଲା, ଷ୍ଟାନୋ ମେନ, କାରଭୋଭେଟ ଭଳି ମେଡିସିନ ଦିଆଯିବ। ଗୋଟିଏ ନିର୍ଦ୍ଦିଷ୍ଟ ରୋଗ ପାଇଁ ଅନେକ ଔଷଧ ଆବଶ୍ୟକ ହୋଇପାରେ। ଜଣେ ଅଭିଜ୍ଞ ଡାକ୍ତରଙ୍କ ଠାରୁ ଔଷଧ ସେବନ କରାଇବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ଦାସ।

ସେହିପରି ଏଲୋପାଥିକ ଖାଇବା ପରେ ମଧ୍ୟ ହୋମିଓପାଥିକ ଖାଇପାରିବେ। ଭିଟାମିନ ଔଷଧ ସମେତ ହୋମିଓପାଥିକ ଔଷଧ ଖାଇପାରିବେ। କେବଳ କେମୋ ନେଉଥିବା ବ୍ୟକ୍ତିଙ୍କ(କ୍ୟାନସର ପୀଡିତ) ପାଇଁ ହୋମିଓପାଥିକ ଚିକିତ୍ସା ଫଳପ୍ରଦ ହୁଏନାହିଁ। ତେବେ ହୋମିଓପାଥିକ ଚିକିତ୍ସା ଦ୍ବାରା ରୋଗ ବୃଦ୍ଧି ପାଇବା ଗୁଜବ ତଥ୍ୟାଭିତ୍ତିକ ନୁହେଁ। ଏହା ଏକ ଭ୍ରାନ୍ତ ଧାରଣା ବୋଲି ଡାକ୍ତର କହିଛନ୍ତି।

ରୋଗୀମାନେ କିଛି ବର୍ଷ ଧରି ଏଲୋପାଥିକ ଔଷଧ ଖାଉଥାନ୍ତି ହଠାତ ଏହାକୁ ବନ୍ଦ କରି ହୋମିଓପାଥିକ ଔଷଧ ଖାଇବା ଦ୍ୱାରା ହଠାତ ଏହା କାମ କରିନଥାଏ। ଏହି ରୋଗଟି ହଠାତ ବଢିଯାଏ। ଗୁରୁତର ରୋଗୀଙ୍କ ପାଇଁ ହୋମିଓପାଥିକ ଚିକିତ୍ସା କରାଯିବ ନାହିଁ। ସେହି ରୋଗୀଙ୍କୁ ଅଧିକ ଚିକିତ୍ସା କରାଯିବ ବୋଲି ଡାକ୍ତର କହିଛନ୍ତି।