କରୋନା କଟକଣା ମଧ୍ୟରେ ରାଜ୍ୟରେ ଆଜିଠୁ ଖୋଲୁଛି ସବୁ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ମହାମାରୀ ଯୋଗୁଁ ପ୍ରାୟ ଦେଢ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ବର୍ତ୍ତମାନ ଦ୍ୱିତୀୟ ଲହରର ପ୍ରଭାବ କମୁଥିବା ବେଳେ ରାଜ୍ୟରେ ଧୀରେଧୀରେ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିଛି। ଏହି ପରିପ୍ରେକ୍ଷୀରେ ଆଜି ଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିଛି। କରୋନା କଟକଣା ମଧ୍ୟରେ ରାଜ୍ୟର ସମସ୍ତ ଆଇଟିଆଇ, ପଲିଟେକନିକ ଏବଂ ବୈଷୟିକ ଶିକ୍ଷାର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀ ପାଠ ପଢ଼ା ଆରମ୍ଭ ହେଉଛି।

କଲେଜ ପରିସରରେ ସମସ୍ତ କୋଭିଡ୍ ନିୟମର କଡାକଡି ଭାବରେ ପାଳନ କରାଯିବାକୁ ନିର୍ଦ୍ଦେଶ ରହିଥିବା ବେଳେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନିୟମକୁ ପ୍ରାଧାନ୍ୟ ଦିଆଯାଇଛି। ବର୍ତ୍ତମାନ କେବଳ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ କଲେଜ ଖୋଲିଥିବା ବେଳେ ସ୍ଥିତି ଦେଖି ସବୁ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୁବଶୀଘ୍ର କଲେଜ ଖୋଲିବ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।