Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଗୋଟିଏ କଲ୍ ସେଣ୍ଟର ଅନ୍ତର୍ଭୁକ୍ତ ହେବେ ସରକାରୀ ଓ ବେସରକାରୀ ଆମ୍ବୁଲାନ୍ସ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଗୋଟିଏ କଲ୍ ସେଣ୍ଟର ଅନ୍ତର୍ଭୁକ୍ତ ହେବେ ସରକାରୀ ଓ ବେସରକାରୀ ଆମ୍ବୁଲାନ୍ସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୁର୍ଘଟଣାର ପ୍ରଥମ ୪୮ ଘଂଟା ମଧ୍ୟରେ ସମସ୍ତ ବେସରକାରୀ ଓ ସରକାରୀ ହସ୍ପିଟାଲ୍ ବିନାମୂଲ୍ୟରେ ଉଚ୍ଚମାନର ଜୀବନରକ୍ଷାକାରୀ ଚିକିôସା ଯୋଗାଇବା ନିମନ୍ତେ ଥିବା ସରକାରୀ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସାଧାରଣ କାର୍ୟ୍ୟାନ୍ୱୟନ ପଦ୍ଧତି (ଏସ୍.ଓ.ପି)ତୁରନ୍ତ ହସ୍ପିଟାଲ୍ ମାନଙ୍କୁ ଅବଗତ କରାଇବା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଶନିବାର ରାଜ୍ୟ ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବ୍ୟବସ୍ଥାର କାର୍ୟ୍ୟାନ୍ୱୟନ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଧେଶ ଦେଇଛନ୍ତି । ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କର ଜୀବନରକ୍ଷା ନିମନ୍ତେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ (ଗୋଲ୍ଡେନ୍ ଆୱାର) ପରି·ଳନାକୁ ଅଧିକ ଦୃଢ଼ିଭୁତ ଏବଂ ଫଳପ୍ରସୁ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ନିର୍ଦ୍ଧେଶ ଦେଇଛନ୍ତି । ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡ଼ଃ ପ୍ରମୋଦ ମେହେର୍ଦ୍ଦା ଏ ସମ୍ବନ୍ଧୀୟ ପ୍ରଶାସନିକ ଓ ବୈଷୟିକ ବିଷୟବସ୍ତୁ ସହ ସଦ୍ୟତନ ତଥ୍ୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

କାର୍ୟ୍ୟାନ୍ୱୟନ ପ୍ରକ୍ରିୟାର ସମୀକ୍ଷା କରି ରାଜ୍ୟରେ କାର୍ୟ୍ୟରତ ଥିବା ସମସ୍ତ ଘରୋଇ ଓ ସରକାରୀ ଆମ୍ବୁଲାନ୍ସକୁ ଏକ ସାଧାରଣ କଲ୍ ସେଂଟର ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହା ହେଲେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ ସେବା ଯୋଗାଇ ଦିଆଯାଇ ପାରିବ । ଗୋଟିଏ ଆମ୍ବୁଲାନ୍ସ୍ ପାଇଁ ବୈଷୟିକ ଏବଂ ମାନବ ସମ୍ବଳ ମାନଙ୍କ ନିର୍ଦ୍ଧାରଣ ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା । ଏହା ଆମ୍ବୁଲାନ୍ସ୍ ରେ ରହିବାକୁ ଥିବା ଜୀବନରକ୍ଷାକାରୀ ଯନ୍ତ୍ରପାତି, ଅନୁଚିକିôସାକାରୀ ସ୍ୱାସ୍ଥ୍ୟ ସହାୟକ ଆଦି ନିର୍ଦ୍ଧାରଣ କରିବ । ଦୁର୍ଘଟଣା ଗସ୍ତ ଲୋକଙ୍କୁ ଟ୍ରମା କେୟାର କେନ୍ଦ୍ରକୁ ନେବାବେଳେ ଆମ୍ବୁଲାନ୍ସ୍ ଭିତରେ ଆବଶ୍ୟକୀୟ ସେବା ଯୋଗାଇବା ପାଇଁ ମଧ୍ୟ ଅନୁଚିକିôସାକାରୀମାନେ ପ୍ରଶିକ୍ଷିତ ହେବେ । ନିର୍ଦ୍ଧାରିତ ମାନାଙ୍କ ପୁରଣ କରୁଥିବା ଆମ୍ବୁଲାନ୍ସ୍ ମାନଙ୍କୁ ହିଁ ବାଣିଜ୍ୟ ଓ ପରିବହନ ବିଭାଗ ପଞ୍ଜୀକୃତ କରି ସ୍ୱୀକୃତି ଦେବେ ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ବର୍ତମାନ ରାଜ୍ୟରେ ୫୧୨ଟି ୧୦୮-ଆମ୍ବୁଲାନ୍ସ୍ ଏବଂ ୧୯ଟି ଅଗ୍ନିଶମ ଆମ୍ବୁଲାନ୍ସ ଏହି ଜରୁରୀକାଳୀନ ସେବା ଯୋଗାଉଛନ୍ତି । ଜାତୀୟ ରାଜପଥ କର୍ତୁପକ୍ଷ ପ୍ରତି ୫୦ କି.ମି. ରାସ୍ତା ପାଇଁ ଗୋଟିଏ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି । ଆବଶ୍ୟକସ୍ଥଳେ ପୋଲିସ୍ ପଇଁତରା ଗାଡି ଏବଂ ଅଗ୍ନିଶ୍ରମ ସେବା ସଂସ୍ଥା ଗାଡି ମଧ୍ୟ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଜରୁରୀକାଳୀନ ସେବା ଯୋଗାଉଛନ୍ତି । ଏହାଛଡା ରାଜ୍ୟରେ ପ୍ରାୟ ୧୫୬୨ ଟି ଘରୋଇ ଆମ୍ବୁଲାନ୍ସ କାର୍ୟ୍ୟ କରୁଛି । ଏଗୁଡିକ ମୁଖ୍ୟତଃ ବିଭିନ୍ନ ହସ୍ପିଟାଲ୍, ସେବାସଂସ୍ଥା, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଶିଳ୍ପ ଓ ବ୍ୟବସାୟିକ ନିଗମ ମାନଙ୍କ ଦ୍ୱାରା ଚଳାଯାଉଛି । ସମସ୍ତ ଆମ୍ବୁଲାନ୍ସରେ ଜି.ପି.ଏସ୍.ଟ୍ରାକିଂ ମେସିନ୍ ଲଗାଇବା ସହ ଗୋଟିଏ ଅନ୍ଲାଇନ୍ ମନିଟରିଂ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା ।

ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି.ଶ୍ରୀନିବାସ୍, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡ଼ଃ ପ୍ରମୋଦ କୁମାର ମେହେର୍ଦ୍ଧା, ପରିବହନ କମିଶନର ଶ୍ରୀ ସଞ୍ଜିବ ପଣ୍ଡାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ବୈଷୟିକ ପରାମର୍ଶଦାତା ମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।