ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସବୁ ପିଲା ପାସ୍

ଭୁବନେଶ୍ୱର, ଏନ୍ଏନ୍ଏସ୍: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀ ପାସ୍। ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ ହେବନି। ଗତବର୍ଷ ଭଳି ଏଥର ବି ପରୀକ୍ଷା ନକରି କ୍ଲାସ ପ୍ରମୋସନ କରାଯିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ବର୍ତ୍ତମାନର ସ୍ଥିତି ଯାହା ଏବେ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ। ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇନଥିଲେ ବି ଆପାତତଃ ଏହା ହିଁ ସ୍ଥିର ହୋଇଛି। କ୍ଲାସ ଚାଲିଥିବାରୁ ନବମ ପିଲାଙ୍କ ପରୀକ୍ଷା ଅଫ୍ ଲାଇନରେ ହେବ। ନୂଆ ଶିକ୍ଷାବର୍ଷ ଏପ୍ରିଲରୁ ଆରମ୍ଭ ହୋଇନପାରେ ବୋଲି ଶ୍ରୀ ଦାସ କରିଛନ୍ତି।