ରଣବୀରଙ୍କ ସମ୍ପର୍କରେ ଏମିତି କହିଲେ ଆଲିଆ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଆକ୍ଟର ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଆଫେୟାର୍ସ ସମ୍ବନ୍ଧରେ ଚର୍ଚ୍ଚା ଢେର୍ ପୁରୁଣା ହୋଇଗଲାଣି। ଦୁହେଁ ବିବାହ କରିବେ ବୋଲି ବି-ଟାଉନରେ ଢେର୍ ଚର୍ଚ୍ଚା। ଏମିତିକି ତାରିଖ ଓ ସ୍ଥାନ ଉଲ୍ଲେଖ ଥାଇ ଦୁହିଁଙ୍କ ନକଲି ବିବାହ ନିମନ୍ତ୍ରଣ ପତ୍ର ବି ଦେଖିବାକୁ ମିଳିଲା ସୋସିଆଲ ମିଡିଆରେ। ନିକଟରେ ରଣବୀରଙ୍କ ସମ୍ପର୍କରେ ଏକ ରହସ୍ୟ ଖୋଲିଛନ୍ତି ଆଲିଆ। ଯାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଜଣେ ପ୍ରଶଂସକ ପଚାରିଥିଲେ ଆଲିଆଙ୍କୁ – ୨୦୧୯ରେ ଆପଣଙ୍କ ପାଇଁ ସବୁଠୁ ଖୁସିର ମୁହୂର୍ତ୍ତ କେତେବେଳେ ଆସିଥିଲା? ଜବାବରେ ଆଲିଆ କହିଥିଲେ – ମୋତେ ଫିଲ୍ମ ଫେୟାର୍ ଆୱାର୍ଡ ମିଳିବା ପରେପରେ ରଣବୀରଙ୍କୁ ବି ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା। ଆମେ ଦୁହେଁ ଷ୍ଟେଜ ଉପରେ ଗୋଟିଏ ସମୟରେ ଉପସ୍ଥିତ ଥିଲୁ। ଫଟୋ ଉଠୁଥିଲା। ଖୁବ୍ ଭଲ ଲାଗୁଥିଲା। ଏହା ହିଁ ମୋ ପାଇଁ ଥିଲା ୨୦୧୯ର ସବୁଠୁ ସୁଖଦ ମୁହୂର୍ତ୍ତ। ଫିଲ୍ମ ‘ଉଡତା ପଞ୍ଜାବରେ ‘ପିଙ୍କି’ ଚରିତ୍ର ତାଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା ସବୁଠୁ କଷ୍ଟକର ଓ ଚ୍ୟାଲେଞ୍ଜିଂ ଥିଲା ବୋଲି ଅନ୍ୟ ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତରରେ କହିିଥିଲେ ଆଲିଆ।