ପୁଣି ଅପରାହ୍ଣ ୩ଟା ଯାଏଁ ବିଧାନସଭା ଗୃହ ମୁଲତବୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶନିବାର ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ​ରେ ଅଚଳାବସ୍ଥା ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭ ପୂର୍ବରୁ ବିରୋଧୀମାନଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ଗୃହକୁ ଦିନ ୧୧ଟା ୩୦ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ପରେ ସମାନ ପରିସ୍ଥିତି ଉପୁଜିବାରୁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ପୁଣି ଏହାକୁ ଅପରାହ୍ଣ ୩ଟା ପର୍ୟ୍ୟନ୍ତ ଗୃହ ମୁଲତବୀ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ବଜେଟ ଅଧିବେଶନର ଦ୍ୱିତୀୟ ଦିନର ଆରମ୍ଭରେ ପ୍ରଶ୍ନକାଳ ପୂର୍ବରୁ ବିରୋଧୀମାନେ ହୋହଲ୍ଲା ଆରମ୍ଭ କରିଥିଲେ। ଫଳରେ ଦିନ ୧୧ଟା ୩୦ ଯାଏଁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଗୃହ ମୁଲତବୀ ଘୋଷଣା କରିଥିଲେ।