ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟବାସୀଙ୍କ ପାଇଁ ପୁଣି ଏକ ଭଲ ଖବର ଆସିଛି। କରୋନା ରୋଗରେ ପୀଡିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୦ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏ ନେଇ ଟୁଇଟ୍ ଯୋଗେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସୁସ୍ଥ ହୋଇଥିବା ବ୍ୟାକ୍ତିମାନଙ୍କ ମଧ୍ୟରେ ଭୁବନେଶ୍ୱରର ୫ ଜଣ ଅଛନ୍ତି। ସେହିପରି ଭଦ୍ରକରୁ ୨ ଜଣ, କଟକ, ଯାଜପୁର ଓ ପୁରୀରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ସୂଚନା ମିଳିଛି।

ଶୁକ୍ରବାର ରାତିରେ ଭଲ ହୋଇଥିବା ରୋଗୀମାଙ୍କର ନମୁନା ବାରମ୍ବାର ପରୀକ୍ଷା କରାଯିବା ପରେ ନେଗେଟିଭ ରିପୋର୍ଟ ଆସିଥିଲା। ଫଳରେ ଡାକ୍ତରୀ ଟିମ ଏହି ରୋଗୀମାନଙ୍କୁ ସୁସ୍ଥ ଅଛନ୍ତି ବୋଲି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଡାକ୍ତରୀ ଟିମର ନିଷ୍ଠାପର ଉଦ୍ୟମ ଯୋଗୁଁ ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କୁ ଶୁଭେଚ୍ଛା ଜଣାଇଛି ।

ତେବେ ପୂର୍ବରୁ ରାଜ୍ୟର ପ୍ରଥମ ୨ କରୋନାରେ ରୋଗୀ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।