ଭାରତ ସମେତ ୧୬ ଦେଶ ଉପରେ କଟକଣା ଲଗାଇଲା ସାଉଦି ଆରବ

ରିୟାଦ,ଏଜେନ୍ସି: ପୁଣି ଘାରିଲା କୋଭିଡ ସଂକ୍ରମଣ ଭୟ। ସଂକ୍ରମଣ ବୃଦ୍ଧି ଭୟରେ ୧୬ ଦେଶ ଉପରେ ନୂଆ କଟକଣା ଜାରି କଲା ସାଉଦି ଆରବ। ସାଉଦି ଆରବ ଏହାର ନାଗରିକମାନଙ୍କୁ ଭାରତ ସମେତ ଷୋହଳ ଦେଶକୁ ଭ୍ରମଣ ଉପରେ ରୋକ ଲଗାଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଲେବାନନ୍, ସିରିଆ, ତୁର୍କୀ, ଇରାନ, ଆଫଗାନିସ୍ତାନ, ୟେମେନ, ସୋମାଲିଆ, ଇଥିଓପିଆ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ଲିବିୟା, ଇଣ୍ଡୋନେସିଆ, ଭିଏତନାମ, ଆର୍ମେନିଆ, ବେଲାଋଷ, ଏବଂ ଭେନେଜୁଏଲାକୁ ଯାତ୍ରା କରିପାରିବେ ନାହିଁ ସାଉଦି ଆରବ ନାଗରିକ। ଏନେଇ ଗ୍ଲୁଫ ନ୍ୟୁଜ ତରଫରୁ ରିପୋର୍ଟ କରାଯାଇଛି।

ଅନ୍ୟପଟେ ମଙ୍କିପକ୍ସ ଅନେକ ଦେଶରେ ଏବେ ଚିହ୍ନଟ ହେଉଥିବା ବେଳେ ସାଉଦି ଆରବରେ ଏହି ପ୍ରକାରର ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଏନେଇ ସାଉଦି ଆରବରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଯଦି ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତେବେ ଏଥି ପ୍ରତି ସ୍ବାସ୍ଥ୍ୟ ବିଭାଗ ସତର୍କ ରହିଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ୧୧ ଦେଶରେ ମଙ୍କି ପକ୍ସର ୮୦ ମାମଲା ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇଥିବା ବିଶ୍ବସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।