ବ୍ରେନ ଷ୍ଟ୍ରୋକ ପରେ ରାହୁଲଙ୍କୁ ଆଉ ଏକ ‘ଷ୍ଟ୍ରୋକ’

ମୁମ୍ବାଇ: ଆଶିକି ହିରୋ ରାହୁଲ ରାୟ ନିକଟରେ କାର୍ଗିଲରେ ସୁଟିଂ କରୁଥିବା ସମୟରେ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିଲେ। ଆଉ କିଛିଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ନୂଆ ଖବର ସାମ୍ନାକୁ ଆସୁଛି କିି, ରାହୁଲଙ୍କୁ ‘ଷ୍ଟ୍ରୋକ’ ନାମକ ଏକ ଫିଲ୍ମର ଅଫର ମିଳିଛି। ଏଥିରେ ରାହୁଲ ଜଣେ ବ୍ରେନ ଷ୍ଟ୍ରୋକ ପୀଡ଼ିତର ଭୂମିକାରେ ନଜର ଆସିବେ।

ସୂଚନାଯୋଗ୍ୟ, କାର୍ଗିଲରେ -୧୫ ଡିଗ୍ରୀ ତାପମାତ୍ରାରେ ଫିଲ୍ମ ‘ଏଲଏସୀ’ର ସୁଟିଂ କରୁଥିବା ସମୟରେ ରାହୁଲଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଥିଲା। ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠି କିଛିଦିନ ଆଇସିୟୁରେ ରହିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା।