ମୟୁରଭଞ୍ଜ,ଏନ୍ଏନ୍ଏସ୍: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଶା ମୁକ୍ତି ଅଭିଯାନର ଶୁଭାରମ୍ଭ ଅବସରରେ ସଭିଙ୍କୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ, ନିଶା ଏକ ବ୍ୟାଧି ସେଥିପାଇଁ ସଚେତନତା ସୃଷ୍ଟି କରିବାକୁ ପଡ଼ିବ । ଅପକାରିତା ଜାଣି ମଧ୍ୟ ଆମେ ନିଶା ଆଡ଼କୁ ଧସେଇ ପଶୁଛୁ । ପ୍ରଥମେ ମଣିଷ ନିଶା ଖାଏ ପରେ ନିଶା ତାକୁ ଖାଏ । ଅର୍ଦ୍ଧଚେତନ ଅବସ୍ଥାରେ ମଣିଷ କ’ଣ କରେ ବୁଝିପାରେନି । ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ନିଶା ଏକ ଅଭିଶାପ । ନିଶା ମୁକ୍ତି ପାଇଁ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବାକୁ ପଡ଼ିବ ।