ଶିବସେନାରେ ଯୋଗଦେବେ ଊର୍ମିଳା ମାତୋଣ୍ଡକର

ମୁମ୍ବାଇ,ଏଜେନ୍ସି: ବଲିଉଡ୍ ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଉର୍ମିଳା ମାତୋଣ୍ଡକର ଶିବସେନାରେ ସୋମବାର ଯୋଗଦେବେ। ସେ ଗତ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ଲଢିଥିଲେ ଏବଂ ଏହାର ୫ ମାସ ପରେ ଦଳରୁ ଇସ୍ତଫା ଦେଇଥିଲେ। ସେ ତାଙ୍କର ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଇ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଊର୍ମିଳା କହିଛନ୍ତି, ଦଳର ବରିଷ୍ଠ ନେତା ସଞ୍ଜୟ ନିରୁପମଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କୁ ସମାଲୋଚନା କରି ସେ ଦଳୀୟ ମୁଖ୍ୟଙ୍କ ନିକଟକୁ ପଠାଇଥିବା ଅଭିଯୋଗ ଉପରେ କୌଣସି ପଦକ୍ଷେପ ନିଆନଯିବାରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ଏଭଳି ସ୍ଥିତିରେ ସେ ଜନସାଧାରଣଙ୍କ ସେବାରୁ ଆଦୌ ନିବୃତ୍ତ ହେବେ ନାହିଁ ବୋଲି ଊର୍ମିଳା ମାତୋଣ୍ଡକର ଗଣମାଧ୍ୟମକୁ କହିଛନ୍ତି।