ଆଗାମୀ ଫିଲ୍ମର ପୋଷ୍ଟର ସେୟାର କଲେ ପ୍ରକୃତି

ଭୁବନେଶ୍ବର,ଏନ୍ଏନ୍ଏସ୍: ଓଲିଉଡ ଅଭିନେତା ବାବୁସାନ୍‌ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଭିଡିଓ ଭାଇରାଲ ବିବାଦ ଗତ କିଛି ଦିନ ହେବ ଖବରର ଶିରୋନାମାରେ ରହିଛି । ଏହାରି ଭିତରେ ପ୍ରଥମେ ବାବୁଶାନ୍‌ଙ୍କ ଆଗାମୀ ଫିଲ୍ମ ଘୋଷଣା ହେବାପରେ ପ୍ରକୃତି ମଧ୍ୟ ନିଜ ଆଗାମୀ ଫିଲ୍ମର ଘୋଷଣା କରିଛନ୍ତି । ଓଡିଆ ଦର୍ଶକଙ୍କ ପାଇଁ ଗଜପତି ନାମରେ ବାବୁସାନଙ୍କ ନୂଆ ଫିଲ୍ମ ଆସୁଛି । ଅନ୍ୟପଟେ ପ୍ରକୃତି ନିଜର ଆଗାମୀ ଫିଲ୍ମ ଦ୍ରୌପଦୀର ପୋଷ୍ଟର ନିଜ ଇନଷ୍ଟା ପେଜ୍‌ରେ ସେୟାର କରିଛନ୍ତି ।ଏହି ସିନେମାଟି ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ରିଲିଜ ହେବ ବୋଲି ସେ ସୂଚନା ଦେଇଛନ୍ତି । ପୋଷ୍ଟରକୁ ସେୟାର କରିବା ବେଳେ ପ୍ରକୃତି କ୍ୟାପସନରେ ଲେଖିଛନ୍ତି ଯେ, “କେବେ ପୁରୁଷ ତ କେବେ ଜଣେ ନାରୀ ହିଁ ଆଉ ଜଣେ ନାରୀର ଶତ୍ରୁ ହେଇଯାଏ । କେବେ ନାରୀ କେଉଁ ଯୁଦ୍ଧର କାରଣ ସାଜିଛି ତ ପୁଣି କେବେ ଅଗ୍ନି ପରୀକ୍ଷା ଦେବାକୁ ବାଧ୍ୟ ହୋଇଛି । ଯୁଗ ବଦଳିଗଲାଣି କିନ୍ତୁ ବଦଳିନି ସେଇ ନାରୀର କାହାଣୀ ।”

ପ୍ରକୃତିଙ୍କ ଏହି ଲେଖାରୁ ଏହାହିଁ ଅନୁମାନ କରାଯାଇ ପାରେ ସେ ବୋଧହୁଏ ଭିଡିଓ ଭାଇରାଲ ପୂର୍ବରୁ ଚେନ୍ନାଇରେ ସେ ଏହି ସିନେମାର ପ୍ରମୋସନ ପାଇଁ ଯାଉଥିଲେ । ଭାଇରାଲ ବିବାଦ ହଠାତ୍ ତାଙ୍କ ଜୀବନର ମୋଡ ବଦଳାଇ ଦେଇଛି । ତାଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ କରାଯାଇଥିବାବେଳେ ଦୁଇ ପରିବାର ଭିତରେ ସେ ଏକ ପ୍ରକାର ବିବାଦର କାରଣ ପାଲଟିଥିଲେ । ତେବେ ପ୍ରତି ସମସ୍ୟାର ସମାଧାନ ହୋଇଥିବାବେଳେ ଧୀରେ ଧୀରେ ପ୍ରକୃତି ବାବୁଶାନ୍‌ ଓ ତୃପ୍ତିଙ୍କ ଘରୋଇ ବିବାଦର ଆଲୋଚନା ସାମାନ୍ୟ ଥମିଛି ।