ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଯକୃତ ଜନିତ କାରଣରୁ ପିଣ୍ଟୁଙ୍କୁ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯକୃତ ପ୍ରତିରୋପଣ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଯଦି ୬ ମାସ ମଧ୍ୟରେ ଯକୃତ ପ୍ରତିରୋପଣ ନହୁଏ ତେବେ ଅବସ୍ଥା ଆହୁରି ସଙ୍କଟାପନ୍ନ ହେବ ବୋଲି ସୂଚନା ମିଳିଛି ।