ଏସିଏଫଙ୍କ ହତ୍ୟା ମାମଲାର ମାରାଥନ ଜେରା

  • ଭୁବନେଶ୍ୱର: କେମିତି ହେଲା ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ? ମାସେ ପରେ ବି ରହସ୍ୟ ଉପରୁ ହଟିନି ପରଦା। ପୁଲିସ ପରେ କାଳରାତିର ସତ ଖୋଜୁଛି କ୍ରାଇମବ୍ରାଞ୍ଚ। କେମିତି ପୋଡ଼ିହେଲେ ସୌମ୍ୟ, ତନାଘନା କରୁଛି ଟିମ୍। ତଦନ୍ତର ତୃତୀୟ ଦିନରେ ମାରାଥନ୍ ଜେରା କରିଛି କ୍ରାଇମବ୍ରାଞ୍ଚ। ୨ଜଣ ଏସିଏଫ୍, ରୋଷେୟା ମନ୍ମଥ କୁମ୍ଭ ଓ ରାତ୍ରି ଜଗୁଆଳିଙ୍କୁ ପଚରାଉଚରା କରାଯାଇଛି। ଆଗକୁ ଡିଏଫଓ ଓ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିପାରେ। ପୂରା ଘଟଣା ନେଇ ତନାଘନା କରୁଛି କ୍ରାଇମବ୍ରାଞ୍ଚ। ପୁଲିସଠାରୁ ଦସ୍ତାବିଜ ନେଇ ତର୍ଜମା କରିବା ସହ ମାରାଥନ ଜେରା କରିଛି । ଦୁଇ ଜଣ ଏସିଏଫଙ୍କୁ ୪ଘଣ୍ଟା ଧରି ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରିଛି କ୍ରାଇମବ୍ରାଞ୍ଚ। ଅଫିସକୁ ନେଇ ମାନସିକ ଚାପରେ ଥିଲେ କି ସୌମ୍ୟ? ଡିଏଫଓ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଅଭିଯୋଗର ସତ କ’ଣ? ଏନେଇ ମାରାଥନ୍ ଜେରା କରିଛି କ୍ରାଇମବ୍ରାଞ୍ଚ ।
    ଏସିଏଫଙ୍କ ମୃତ୍ୟୁ ପାଇଁ ବିଦ୍ୟାଭାରତୀ, ଡିଏଫଓ ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ସିଧାସଳଖ ଦାୟୀ କରିଥିଲେ ସୌମ୍ୟଙ୍କ ପରିବାର ଲୋକେ। ପୁଲିସ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନଚିଟ ଦେଇଥିଲା। ବିଦ୍ୟାଭାରତୀଙ୍କୁ ଦୁଇ ଦୁଇ ଥର ଜେରା କରିଥିଲା। ରୋଷେୟା ମନ୍ମଥ କୁମ୍ଭଙ୍କୁ ପୂରା ଘଟଣା ନେଇ ଜେରା କରିଛି କ୍ରାଇମବ୍ରାଞ୍ଚ। ପରବର୍ତ୍ତୀ ସମୟରେ ଡିଏଫଓଙ୍କୁ ବି ଜେରା କରାଯାଇପାରେ। ଡିଏଫଓ, ବିଦ୍ୟାଭାରତୀ ଓ ମମତା ପଣ୍ଡାଙ୍କୁ ପଚରାଉଚରା କରିବାକୁ ଦାବି କରିଛନ୍ତି ସୌମ୍ୟଙ୍କ ପରିବାର।
    ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଛାଡ଼ିଯାଇଛି ଅନେକ ଅସମାହିତ ପ୍ରଶ୍ନର ଅଡୁଆ ସୂତା। ତଦନ୍ତକାରୀ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ସୌମ୍ୟଙ୍କ ସରକାରୀ ବାସଭବନ ଯାଇ ତନ୍ନତନ୍ନ ଯାଞ୍ଚ କରିଛି।