୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ସକାଳୁ ଅନୁଗୁଳରୁ ସମ୍ବଲପୁର ଯିବା ରାସ୍ତାରେ ଜରପଡ଼ା ଥାନା ଅନ୍ତର୍ଗତ ଭାଗୀରଥିପୁର ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଟ୍ରକ ଚାଳକ ଓ ହେଲପରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ମୃତକଙ୍କର ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ ଭାଗୀରଥିପୁର ନିକଟରେ ଟ୍ରକକୁ ଅନ୍ୟ ଏକ ଟ୍ରକ ଶକ୍ତ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପଛରେ ଥିବା ଟ୍ରକର ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଥିଲା। ତେବେ ସୂଚନା ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚିଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।