ଭୁବନେଶ୍ୱର,ଏନ୍ଏନ୍ଏସ୍: ପଶ୍ଚିମ ବଙ୍ଗୋପସାଗରରେ ଥିବା ୱେଲ୍ ମାର୍କଡ ଲୋପ୍ରେସର ଆସନ୍ତା ୨୪ ଘଣ୍ଟାରେ ମଧ୍ୟରେ ଘନୀଭୂତ ହୋଅ ଅବପାତରେ ରୂପ ନେବ । ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ଲାଗି ରହିଛି ।
ତେବେ ଆସନ୍ତା ୨୪ ଘଣ୍ଟା ଭିତରେ ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଅତି ପ୍ରବଳ ବର୍ଶା ହେବ । ଏନେଇ ଏହି ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଜି ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, କନ୍ଧମାଳ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଆଦି ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ତଳୁଆ ଅଞ୍ଚଳ ବାସୀଙ୍କ ସତର୍କ ରହିବାକୁ କୁହାଯାଇଛି । ଚାଷ ଜମିରେ ମଧ୍ୟ ପାଣି ଜମିରହିବ । ଏନେଇ ସମସ୍ତଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ୧୦ ତାରିଖ ପରେ ରାଜ୍ୟରେ ବର୍ଷାର ପରିମାଣ କମିବ ଏବଂ ପାଗରେ ପରିବର୍ତ୍ତନ ହେବ ।