ଭୁବନେଶ୍ୱର,ଏନ୍ଏନ୍ଏସ୍: ସମଗ୍ର ଦେଶରେ ଆସନ୍ତା ୩ ତାରିଖରୁ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ପାଖାପାଖି ୧ଲକ୍ଷ ପିଲାଙ୍କ ଟିକା ଦିଆଯିବ। ଏବେ ୩୫ଟି କେନ୍ଦ୍ରରେ ଟିକାକରଣ ଚାଲିଥିବାବେଳେ ଆଗକୁ ଏହି ସଂଖ୍ୟା ବଢ଼ିବ। ଗଣଶିକ୍ଷା ବିଭାଗ ତଥ୍ୟ ଦେବା ପରେ କେନ୍ଦ୍ର କିମ୍ବା ସ୍କୁଲରେ ଟିକାକରଣ ନେଇ ନିଷ୍ପତ୍ତି ନିଆଯିବ। ଏନେଇ ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।