ମାଷ୍ଟ୍ରେ ସାବଧାନ! ଏବେ ଠକିଲେ ଚାକିରିରୁ ହଟିବ

ଏଣିକି ମାସକୁ ୨ଥର ହେବ ସ୍କୁଲ ୱାରୀ ଅନ୍ଲାଇନ୍ ମନିଟରିଂ ଯାଞ୍ଚ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାବଧାନ ରହିବେ ମାଷ୍ଟ୍ରେ! ନଚେତ କେତେବେଳେ ଯେ ସରକାରୀ ଛାଟ ବାଜିବ ତାହା କହିବା ମୁସକିଲ୍। କାରଣ ଏବେ ଆକ୍ସନମୁଡରେ ରହିଛି ସ୍କୁଲ ଓ ଗଣାିକ୍ଷା ବିଭାଗ। କୌଣସି ଅବ୍ୟବସ୍ଥାକୁ ଆଉ ପରଦାସ୍ତ କରାଯିବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ଚରମବାଣୀ ଶୁଣାଇଛନ୍ତି। ଫଳସ୍ୱରୂପ ସରକାରଙ୍କୁ ଠକିବାକୁ ଚେଷ୍ଟା କଲେ ସମ୍ପୃକ୍ତ ଶିକ୍ଷକଙ୍କୁ ସିଧାସଳଖ ଚାକିରିରୁ ହଟାଇ ଦିଆଯିବ ବୋଲି ଜଣାପଡ଼ିଛି।

ବଦଳି ଲାଗି କିଛି ଶିକ୍ଷକ ନିଜକୁ ମେଣ୍ଟାଲ ଦର୍ଶାଇଥିବା ବେଳେ ସରକାରି ନିୟମ କାନୁନ୍କୁ ଏମାନେ କିଭଳି ପାଳନ କରୁଥିବେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଚାକିରି ବଞ୍ଚାଇବା ଲାଗି ଅନେକ ଜିଲ୍ଲାରେ ସ୍କୁଲ ଶିକ୍ଷକମାନେ ସରକାରଙ୍କୁ ଭୂଲ ତଥ୍ୟ ଦେଉଥିବା ମଧ୍ୟ ସାମ୍ନାକୁ ଆସୁଛି। ଶିକ୍ଷକଙ୍କ ସାର୍ଟିଫିକେଟିରେ ତ୍ରୁଟି, ଶିକ୍ଷାଦାନ ଲାଗି ଆବଶ୍ୟକ ଦକ୍ଷତାର ଅଭାବ, ସ୍କୁଲରେ ଅଳ୍ପ ପିଲାଙ୍କୁ ଅଧିକ ସଂଖ୍ୟା ଦର୍ଶାଇବା ଆଦି ବହୁ ତଥ୍ୟରେ ତାଳମେଳ ନଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ଜାଣିବାକୁ ପାଇଛି।

ତେଣୁ ବିଭାଗରେ ପରିବର୍ତ୍ତନ ଆଣିବା ସହ ସ୍ୱଚ୍ଛତା ବଜାୟ ରଖିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଯେଉଁ ଶିକ୍ଷକ, ବା ପ୍ରଧାନଶିକ୍ଷକ ସରକାରଙ୍କୁ ଭୁଲ ତଥ୍ୟ ଦେଇ ଠକିବାକୁ ଚେଷ୍ଟା କରିବେ ସେମାନଙ୍କୁ ଚାକିରିରୁ ହଟାଇ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

ତେଣୁ ଏଣିକି ମାସକୁ ରାଜ୍ୟର ସବୁ ସ୍କୁଲରେ ୨ଥର ଲେଖାଏଁ ଅନ୍ଲାଇନ୍ ମନିଟରିଂ ଯାଞ୍ଚ କରାଯିବ। ଯାହାର ସିଧାସଳଖ ରିପୋର୍ଟ ବିଭାଗ ପାଖରେ ରହିବ। ପୂର୍ବରୁ ଭୁଲ ତଥ୍ୟ ଦେଇଥିବା କିମ୍ବା ସରକାରଙ୍କ ନିୟମକୁ ଅବମାନନା କରୁଥିବା ଜଣାପଡ଼େ ତେବେ ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।