ସ୍କୁଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଜାନୁଆରୀ ୩ରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ସ୍କୁଲ ଖୋଲିଲେ ବି ଅନଲାଇନ କ୍ଲାସ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଥିପାଇଁ ଯେଉଁ ପିଲାମାନେ ଅନଲାଇନ କ୍ଲାସ କରିବାକୁ ଚାହିଁବେ କରିପାରିବେ। ଅଭିଭାବକଙ୍କ ସମ୍ମତି ଆଣି ପିଲାମାନେ ସ୍କୁଲ ଆସିପାରିବେ। ସ୍କୁଲ ଖୋଲିବା ପୂର୍ବରୁ ଶିକ୍ଷାଧିକାରୀମାନେ ପରିଦର୍ଶନ କରି ସ୍ୱଚ୍ଛତା ପରଖିବେ। କେବଳ କଣ୍ଟେନମେଣ୍ଟ ଜୋନ ବାହାର ପିଲାଙ୍କୁ ସ୍କୁଲକୁ ଆସିବାକୁ ଅନୁମତି ଦିଆଯିବ। ସ୍କୁଲରେ ହାତ ଧୋଇବାକୁ ବ୍ୟବସ୍ଥା ସହ ଡିଜିଟାଲ ଥର୍ମୋମିଟର ରଖାଯିବ। କୌଣସି ପିଲାଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯିବନି। ଯିଏ ଚାହିଁବେ ନିଜ ଇଚ୍ଛାରେ ଆସିବେ ସ୍କୁଲ ଆସିବେ ବୋଲି ସୂଚନା ମିଳିଛି।