ଚଣ୍ଡୀଗଡ଼,ଏନ୍ଏନ୍ଏସ୍: ପଞ୍ଜାବର ଲୁଧିୟାନା ଜିଲ୍ଲା କୋର୍ଟ ପରିସରରେ ବିସ୍ଫୋରଣ ଘଟିଛି। ଫଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣ ପଛର କାରଣ ଜଣାପଡ଼ି ନାହିଁ। କିନ୍ତୁ ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ତଳ ମହଲାର କାଚ ଭାଙ୍ଗି ଯାଇଥିଲା।
ସୂଚନା ମୁତାବକ, ଏହି ବିସ୍ଫୋରଣ ଲୁଧିୟାନାର କୋର୍ଟର ବାଥରୁମରେ ହୋଇଛି। ଏହି ସମୟରେ କୋର୍ଟରେ ଲୋକ ଉପସ୍ଥିତ ରହିଥିବାବେଳେ ଭିଡ଼ ଜମିଥିଲା। ଲୋକ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଘଟଣାସ୍ଥଳରେ ପୁଲିସ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି।