ଭୁବନେଶ୍ୱର,ଏନଏନ୍ଏସ୍: ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର କରିବେ। ବିଜ୍ଞପ୍ତି ପ୍ରତ୍ୟାହାର ସହ ସାନି ତାଲିକା ନେଇ ହାଇକୋର୍ଟକୁ ସରକାର ଜଣାଇଛନ୍ତି। ସଂରକ୍ଷଣ ନେଇ ଆସନ୍ତା ୨୭ରେ ସାନି ତାଲିକା ପ୍ରକାଶ ପାଇବ। ଜାନୁଆରୀ ୩ ସୁଦ୍ଧା ସଂରକ୍ଷଣ ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ। ଜାନୁଆରୀ ୫ ସୁଦ୍ଧା ଅଭିଯୋଗର ସମାଧାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଜାନୁଆରୀ ୭ରେ ସଂରକ୍ଷଣ ନେଇ ସରକାର ଚୂଡ଼ାନ୍ତ ତାଲିକା ଦେବେ।