Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ୱାର୍ଲ୍ଡ ହାର୍ଟ ଡେ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ୱାର୍ଲ୍ଡ ହାର୍ଟ ଡେ

ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳନ କରାଯାଇଥାଏ। ବିଶ୍ୱ ହୃତ୍ପିଣ୍ଡ ମହାସଂଘ ର ଏକ ଉପକ୍ରମ ଭାବେ ଏହା ପାଳିତ ହୋଇଥାଏ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଲା ହୃଦ୍ରୋଗ ଏବଂ ହୃଦ୍ଘାତର ପ୍ରତିଷେଧନ ପାଇଁ  ସଚେତନତା ସୃଷ୍ଟି କରିବା। ଏବେ ଅନ୍ୟାନ୍ୟ ରୋଗ ତୁଳନାରେ ସର୍ବାଧିକ ଲୋକ ହୃଦ୍ଘାତରେ ପ୍ରାଣ ହରାଉଛନ୍ତି। ବର୍ତ୍ତମାନ ବିଶ୍ୱସ୍ତରରେ ପ୍ରାୟ ୧୭.୯ ନିୟୁତ ଲୋକ ହୃଦ୍ଘାତରେ ପ୍ରାଣ ହରାଉଥିବା ବେଳେ ୨୦୩୦ ସୁଦ୍ଧା ଏହି ସଂଖ୍ୟା ୨୩ ନିୟୁତକୁ ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଭାରତରେ ଏହି ରୋଗରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ବିଶ୍ୱସ୍ତରରେ ଭାରତ ହୃଦ୍ଘାତର ପେଣ୍ଠସ୍ଥଳ ଭାବେ ପରିଣତ ହୋଇଛି। ଏହି ଦିବସ ପାଳନ ଅବସରରେ ପ୍ରତ୍ୟେକ ବର୍ଷ ବିଶ୍ୱ ହୃତ୍ପିଣ୍ଡ ମହାସଂଘ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ଦିଗକୁ ଗୁରୁତ୍ୱ ଦିଆଯାଇଥାଏ। ଚଳିତବର୍ଷ ୨୦୧୯ରେ ଏହି ଦିଗକୁ ନେଇ ବ୍ୟକ୍ତି ବିଶେଷକୁ ଗୁରୁତ୍ୱ ଦିଆଯାଇ ଏହାକୁ ‘ହାର୍ଟ ହିରୋ’(ହୃଦୟ ବୀର) ରଖାଯାଇଛି। ଯାହାକି ଜଣେ ସୁସ୍ଥ ହୃତ୍ପିଣ୍ଡ ସହିତ ବୀରତ୍ୱ ଲାଭ କରିବାକୁ ସୂଚାଉଛି।

ଡାକ୍ତର ପ୍ରଶାନ୍ତ କୁମାର ସାହୁ, ହୃଦରୋଗ ବିଶେଷଜ୍ଞ, ଆପୋଲୋ ହସ୍ପିଟାଲ, ଭୁବନେଶ୍ୱର

ଆମେ କେମିତି ହୃଦୟ ବୀର ହୋଇପାରିବା?

ଜଣେ ହୃଦୟ ବୀର ହେବା ପାଇଁ ଏମିତି କିଛି ବଡ଼ କଥା କରିବାକୁ ପଡ଼ିବ ନାହିଁ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ହୃଦ୍ରୋଗ ଭଳି ଏକ ଗମ୍ଭୀର ବିଷୟର ନିବାରଣ ପାଇଁ ସମସ୍ତଙ୍କୁ ସଚେତନ କରିବାକୁ ପଡ଼ିବ ଏବଂ ହୃଦ୍ଘାତର ସଂକେତ ସମ୍ପର୍କରେ ଅବଗତ ହେବା ସହିତ  ଜୀବନ ରକ୍ଷା ନିମନ୍ତେ ସିପିଆର୍(କାର୍ଡିଓ ପଲମନାରୀ ରିସସ୍ଷ୍ଟିକେଶନ) ବ୍ୟବସ୍ଥା ସମ୍ପର୍କରେ ପ୍ରଶିକ୍ଷିତ ହେବାକୁ ପଡ଼ିବ।

 

କେଉଁ ସ୍ତରରେ ଆମର ଭାଗୀଦାରିତା ରହିବା ଦରକାର?

 ଆମର ହୃତ୍ପିଣ୍ଡକୁ ସୁସ୍ଥ ରଖିବା ପାଇଁ ଆମେ ଆମର ପରିବାରସ୍ତରରେ ପ୍ରଥମେ ଶିକ୍ଷା ଗ୍ରହଣ କରିବା ସହିତ ଏହାକୁ ଅନ୍ୟମାନଙ୍କୁ ଅବଗତ କରିବା।

 ଆମର ପିଲା ଏବଂ ସ୍କୁଲରେ ଏଭଳି ସୁଅଭ୍ୟାସର ଉପଯୋଗ ହେବା ଦରକାର ଯଦ୍ୱାରା  ପିଲା ଦିନରୁ ସେମାନଙ୍କ ହୃତ୍ପିଣ୍ଡ ସୁସ୍ଥ ରହିବ।

 ଜଣେ ସ୍ୱାସ୍ଥ୍ୟରକ୍ଷାକାରୀ କର୍ମଚାରୀ ଭାବେ ଆମେ  ହୃତ୍ପିଣ୍ଡର ସୁସ୍ଥତା ପାଇଁ ଉତ୍ତମ  ଅଭ୍ୟାସ ଆପଣେଇବା ଏବଂ ଏହାକୁ ଅନ୍ୟମାନଙ୍କ ପାଇଁ ଉଦାହରଣ ଭାବେ ପ୍ରସ୍ତୁତ କରିବା।

 ପ୍ରଦୂଷଣ ରୋକିବା, ଧୂମପାନ ଏବଂ ମଦ୍ୟପାନ ନିଷେଧ କରିବା, ଅପମିଶ୍ରିତ ଖାଦ୍ୟ ପଦାର୍ଥକୁ ରୋକିବା ଏବଂ ରୋଗାକ୍ରାନ୍ତ ଲୋକଙ୍କୁ ସୁଲଭ ମୂଲ୍ୟରେ ଚିକିତ୍ସା ଯୋଗାଇ ଦେବାକୁ ସରକାରୀକଳ ନିକଟରେ ଦାବି ରଖିବା।

ପ୍ରତ୍ୟେକ ନିଯୁକ୍ତିକାରୀ ସଂସ୍ଥା ତାଙ୍କର କର୍ମଚାରୀଙ୍କ  ହତ୍ପିଣ୍ଡକୁ ସୁସ୍ଥ ରଖିବା ଦିଗରେ ଯତ୍ନବାନ ହେବା ସହିତ କାର୍ଯ୍ୟ ପରିସରକୁ ସୁସ୍ଥ ରଖିବା।

ହୃଦଘାତ ରୋକିବାକୁ ଜନସଂଖ୍ୟା ଅନୁଯାୟୀ ପଦକ୍ଷେପ ନେବା

 ତମ୍ବାଖୁ ସେବନ ନିୟନ୍ତ୍ରଣ ପାଇଁ ବ୍ୟାପକ ନୀତି ପ୍ରଣୟନ।

 ଶର୍କରା, ଲବଣ ଏବଂ ଅଧିକ ମେଦଯୁକ୍ତ ଖାଦ୍ୟ ଖାଇବା କମ୍ କରିବାପାଇଁ ଏହିସବୁ ସାମଗ୍ର ଉପରେ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ କରିବା।

 ଶାରୀରିକ ପରିଶ୍ରମ ବଢ଼ାଇବା ପାଇଁ ଚଲାପଥ ଓ ସାଇକେଲ ପଥ ବ୍ୟବସ୍ଥା କରିବା

 ହାନିକାରକ ମଦ ଜାତୀୟ ପାନୀୟ  ବ୍ୟବହାର କମାଇବା ପାଇଁ ନୀତି ପ୍ରସ୍ତୁତ କରିବା।

ସ୍କୁଲ ପିଲାଙ୍କ ପାଇଁ ସୁସ୍ଥ ଖାଦ୍ୟ ବ୍ୟବସ୍ଥା କରିବା।

ସୁସ୍ଥ ହୃତ୍ପିଣ୍ଡ ପାଇଁ ରହିଥିବା ଅଭ୍ୟାସ କ’ଣ?

 ଉପଯୁକ୍ତ ଖାଦ୍ୟ: କମ୍ ପରିମାଣ ଚର୍ବି ଜାତୀୟ ଖାଦ୍ୟ ଖାଇବା; ଫାଷ୍ଟ ଫୁଡ୍ ବର୍ଜନ କରିବା; ହୃତ୍ପିଣ୍ଡକୁ ସୁସ୍ଥ ରଖିବା ଭଳି ଖାଇବା ତେଲ ବ୍ୟବହାର କରିବା

ଦୈନିକ ୩୦ ମିନିଟ୍ ବ୍ୟାୟାମ କରିବା; ଯୋଗ ଏବଂ ପ୍ରାଣାୟାମ

 ଧୂମପାନ ଏବଂ ମଦ୍ୟପାନ ବନ୍ଦ କରିବା

 ଘରେ ଏବଂ କାର୍ଯ୍ୟସ୍ଥଳରେ ଚାପମୁକ୍ତ ରହିବା ଏବଂ ଏହାକୁ ନିୟନ୍ତ୍ରଣ କରିବା

ସୁସ୍ଥ ଅଭ୍ୟାସରୁ ଜଣେ ସୁସ୍ଥ ହୃତ୍ପିଣ୍ଡର ବୀରତ୍ୱ ଲାଭ କରିବା

ହୃତ୍ପିଣ୍ଡକୁ  ସୁସ୍ଥ ରଖିବା ପାଇଁ ଯେତେବେଳେ ଆପଣ ଏହି ସୁଅଭ୍ୟାସଗୁଡ଼ିକୁ ଆପଣେଇବେ ଏବଂ ଅନ୍ୟମାନଙ୍କୁ ଅବଗତ କରିପାରିବେ ସେତେବେଳେ ମୁଖ୍ୟ ସମସ୍ୟାଗୁଡିକ ଦୂର ହୋଇଯିବ, ତେବେ ନିମ୍ନଲିଖିତ ଉପଚାର ମାଧ୍ୟମରେ ଆପଣ ଏକ୍ଷେତ୍ରରେ ଜଣେ  ପ୍ରକୃତ ହିରୋ ହୋଇପାରିବେ ।

 ଆପଣଙ୍କ ସଂଖ୍ୟା ଜାଣନ୍ତୁ: ଆପଣଙ୍କ ରକ୍ତ ଶର୍କରା; ବଡି ମାସ୍ ଇଣ୍ଡେକ୍ସ; ରକ୍ତଚାପ ସ୍ତର ଏବଂ କୋଲେଷ୍ଟୋରଲ୍ ସ୍ତର। ଏଗୁଡିକୁ ନିର୍ଦ୍ଧାରିତସ୍ତର ଅନୁଯାୟୀ ବଜାୟ ରଖନ୍ତୁ ଏବଂ ଆପଣଙ୍କ ବନ୍ଧୁ ସହୋଦରମାନଙ୍କ କ୍ଷେତ୍ରରେ ଏହା ଯେମିତି ଠିକ୍ ରୁହେ ତାହାକୁ ମଧ୍ୟ ନିଶ୍ଚିତ କରାନ୍ତୁ।

ହୃଦଘାତ ସମ୍ପର୍କରେ ଆଗୁଆ ସୂଚନା ପାଇଁ (ବେକ ଏବଂ ହାତରେ ଜ୍ୱଳନ ଅନୁଭବ ସହିତଛାତି ଯନ୍ତ୍ରଣା, ଝାଳ ବୋହିବ. ହଠାତ୍ ଦୁର୍ବଳ ଲାଗିବା ଇତ୍ୟାଦି) ନିକଟସ୍ଥ ହୃଦ୍ରୋଗ ବିଶେଷଜ୍ଞ କିମ୍ବା ଡାକ୍ତରଖାନାକୁ ଯାଇ ପରାମର୍ଶ ନିଅନ୍ତୁ। ସଙ୍ଗେ ସଙ୍ଗେ  ଇସିଜି ପରୀକ୍ଷା କରାଇ ହୃଦ୍ରୋଗ ବିଶେଷଜ୍ଞଙ୍କୁ ଦେଖାନ୍ତୁ। ମନେ ରଖନ୍ତୁ ଯେତେ ବିଳମ୍ବ ହେବ ହୃତ୍ପିଣ୍ଡ ମାଂଶପେଶୀ ସେତିକି ନଷ୍ଟ ହୋଇଚାଲିବ।

 ଜଣେ ହଠାତ୍ ହୃଦଘାତର ଶିକାର ହେଲେ ତାଙ୍କୁ କେମିତି ରକ୍ଷା କରିବେ ତାହା ଜାଣନ୍ତୁ। ‘କାର୍ଡିଓ ପଲମନାରୀ ରିସସ୍ଷ୍ଟିକେଶନ’ ଉପଚାରର ପ୍ରାଥମିକ ଔପଚାରିକତା ସମ୍ପର୍କରେ ଶିକ୍ଷିତ ହୁଅନ୍ତୁ- କାର୍ଡିଆକ୍ ମାସେଜ୍ କରାନ୍ତୁ, ରୋଗୀଙ୍କୁ ଡାକ୍ତରଖାନା ପହଞ୍ଚାଇବା ପର୍ଯ୍ୟନ୍ତ କୃତ୍ରିମ ନିଶ୍ୱାସ ବ୍ୟବସ୍ଥା କରାନ୍ତୁ।

ସମସ୍ତେ ଏବିଷୟରେ ଅବଗତ ହେବା ଆବଶ୍ୟକ।

 ଜ୍ଞାନ ଓ ତଥ୍ୟ, ପରାମର୍ଶ ଏବଂ ନୀତିଗୁଡିକୁ ସମସ୍ତଙ୍କ ମଧ୍ୟରେ ସଞ୍ଚାରିତ କରାଯାଇପାରିଲେ ଆମମାନଙ୍କର  ହୃତ୍ପିଣ୍ଡ ସୁସ୍ଥ ରହିପାରିବ। ହୃତ୍ପିଣ୍ଡର ସୁସ୍ଥତା ମୋ ହୃଦୟ ପାଇଁ ଉତ୍ତମ, ଆପଣଙ୍କ ପାଇଁ ଏବଂ ଆମ ସମସ୍ତଙ୍କ ପାଇଁ। ଆମେ ସମସ୍ତେ ମିଳିମିଶି ସମସ୍ତଙ୍କୁ ସୁସ୍ଥ ରହିବା, ଦୀର୍ଘଜୀବୀ ହେବା ଏବଂ ନୀରୋଗ ରହିବା ପାଇଁ ବ୍ରତୀ କରାଇପାରିବା। ତେଣୁ ଆପଣ ଆଜି ଜଣେ ‘ହାର୍ଟ ହିରୋ’ ହେବାକୁ ସଂକଳ୍ପ ନିଅନ୍ତୁ। ସମସ୍ତେ ଏଭଳି ହାର୍ଟ ହିରୋ ହୋଇପାରିଲେ ଆମର ହୃତ୍ପିଣ୍ଡ ସୁସ୍ଥ ରହିପାରିବ। ଆମେ ସମସ୍ତେ ମନେ ରଖିବା ଉଚିତ୍ ଯେ, ଏକ ସୁସ୍ଥ ହୃତ୍ପିଣ୍ଡର ଅଧିକାରୀ ହେବାକୁ ସମସ୍ତଙ୍କ ଅଧିକାର ରହିଛି କାହିଁକି ନା ପ୍ରତ୍ୟେକ ହୃଦ୍ସ୍ପନ୍ଦନ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।