Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଉ ଦଲାଲି ଚଳିବ ନାହିଁ: ଦୁର୍ନୀତିଖୋର ଅଫିସର ହେବେ ସାବାଡ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଉ ଦଲାଲି ଚଳିବ ନାହିଁ: ଦୁର୍ନୀତିଖୋର ଅଫିସର ହେବେ ସାବାଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଏବେ ସରକାରଙ୍କ ଫୋକସରେ ଆରଟିଓ ଅଫିସ ରହିଛି। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଆରଟିଓ ଅଫିସକୁ ଦଲାଲ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ପରିବହନ କମିଶନର ସଞ୍ଜୀବ ପଣ୍ଡା ଆରଟିଓମାନଙ୍କୁ ଚିଠି ଲେଖି ଏନେଇ ତାଗିଦ କରିଛନ୍ତି।

ପରିବହନ କାର୍ଯ୍ୟାଳୟରୁ ଦଲାଲ ହଟାଇବା ସହ ଆବଶ୍ୟକ ପଡ଼ିଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରିବହନ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା କର୍ମଚାରୀ ଓ ଦୁର୍ନୀତିଖୋର ଅଫିସରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆରଟିଓ କାର୍ଯ୍ୟଳୟରେ ଦୁର୍ନିତୀ ରୋକିବା ପାଇଁ ଅକ୍ଟୋବର ମାସରେ ଆରଟିଓ କର୍ମଚାରୀଙ୍କୁ ବଦଳି କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

ମୋଟରଯାନ ଆଇନ ଲାଗୁ ହେବା ପରେ ଲାଇସେନ୍ସ ହାସଲ କରିବା ପାଇଁ ରାଜ୍ୟର ସମସ୍ତ ପରିବହନ କାର୍ଯ୍ୟାଳୟରେ ଭିଡ଼ ହେଉଛି। ଏହାର ଫାଇଦା ଉଠାଇ କିଛି ଦଲାଲ ଲୋକଙ୍କୁ ଲାଇସେନ୍ସ ଯୋଗାଇ ମାତ୍ରାଧିକ ଅର୍ଥ ହାସଲ କରୁଛନ୍ତି। ତେଣୁ ପରିବହନ କାର୍ଯ୍ୟାଳୟକୁ ସ୍ୱଚ୍ଛ କରିବା ଏବଂ ଲୋକଙ୍କୁ ସୁବିଧାରେ ସେବା ଯୋଗାଇ ଦେବା ଲକ୍ଷ୍ୟରେ ସରକାର ତତ୍ପରତା ଦେଖାଇଛନ୍ତି।

ପରିବହନ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ଦଲାଲଙ୍କୁ ପରିବହନ କାର୍ଯ୍ୟାଳୟ ନିଷେଧ ନେଇ ଏକ ନୋଟିସ୍ ଲଗାଯିବ। ଦଲାଲମାନେ ଏହାର ଉଲଙ୍ଘନ କଲେ ସେମାନଙ୍କ ବିରୋଧରେ ସ୍ଥାନୀୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଦଲାଲମାନଙ୍କୁ ପ୍ରଶୟ ନ ଦେବା ପାଇଁ ଅଫିସରମାନଙ୍କୁ ମଧ୍ୟ ପରିବହନ କମିଶନର ତାଗିତ କରିଛନ୍ତି। ଏହା ବ୍ୟତୀତ ଦଲାଲଙ୍କୁ ଚିହ୍ନଟ କରିବା ପାଇଁ ସରକାର ଏକ ନୂଆ ନିଷ୍ପତ୍ତି ନେଇଛନ୍ତି।

ଆରଟିଓ ଅଫିସରେ କାମ କରୁଥିବା ସରକାରୀ କର୍ମଚାରୀମାନେ ନୀଳ ରଙ୍ଗର ବ୍ୟାଣ୍ଡ ଥିବା ଆଇଡେଣ୍ଟି କାର୍ଡ, ସର୍ଭିସ ପ୍ରୋଭାଇଡରମାନେ ସବୁଜ ରଙ୍ଗର ବ୍ୟାଣ୍ଡ ଥିବା ଆଇଡେଣ୍ଟି କାର୍ଡ ଓ ସ୍ମାର୍ଟ ଚିପ୍ କର୍ମଚାରୀମାନେ ହଳଦିଆ ରଙ୍ଗର ବ୍ୟାଣ୍ଡ ଥିବା ଆଇଡେଣ୍ଟି କାର୍ଡ ପିନ୍ଧିବେ। ଡ୍ୟୁଟି ସମୟରେ ସବୁ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ ରହିବ। ସମସ୍ତ କାର୍ଯ୍ୟାଳୟରେ ସରକାରୀ ଫି ସମ୍ପର୍କରେ ଏକ ଚାର୍ଟ ଲଗାଯିବ। ସବୁ ଆରଟିଓ ଅଫିସରେ ଇ- କିଓସ୍କ ମେସିନ ଓ ସିସିଟିଭି ରହିବ। ସରକାରଙ୍କ ଘୋଷଣା ଅନୁସାରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ହେଲ୍ପ ଲାଇନ ନମ୍ବର(୧୮୦୦୩୪୫୧୦୭୩) ଜାରି କରାଯାଇଛି।

ପରିବହନ ମନ୍ତ୍ରୀ କହିଛନ୍ତି, ପରିବହନ କାର୍ଯ୍ୟାଳୟରେ ଲାଞ୍ଚ ନେଲେ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟ ରାଜ୍ୟ ଭଳି ନୂଆ ପରିବହନ ନିୟମରେ ଫାଇନ ପରିମାଣ କମାଇବା ନେଇ ଅନୁଧ୍ୟାନ ଚାଲିଛି। ମୁଖ୍ୟମନ୍ତ୍ରୀ ଏନେଇ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।