ଅବପାତରେ ପରିଣତ ହେବ ବତ୍ୟା ‘ଜାୱାଦ’, ଆଜି କଟକ ଏବଂ ଭୁବନେଶ୍ୱରର ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାଣ୍ଣିଂ ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାତ୍ୟା ‘ଜାୱାଦ’ ପ୍ରଭାବରେ କଟକ ଏବଂ ଭୁବନେଶ୍ୱରର ଦୌତ ନଗରୀ ପାଇଁ ଅରେଞ୍ଜ ୱାଣ୍ଣିଂ ଜାରି କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ। ଜାୱାଦ ଏକ ଗଭୀର ଅବପାତରେ ପରିଣତ ହୋଇଥିଲେ ମଧ୍ୟ ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଘୂର୍ଣ୍ଣିବଳୟ ଅବପାତରେ ପରିଣତ ହୋଇ ଆଜି ମଧ୍ୟାହ୍ନରେ ପୁରୀ ନିକଟରେ ଓଡିଶା ଉପକୂଳରେ ପହଞ୍ଚିବ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହା ଓଡିଶା ଉପକୂଳ ଦେଇ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ପଶ୍ଚିମବଙ୍ଗ ଉପକୂଳ ଆଡକୁ ଗତି କରିବା ଏବଂ ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ନିମ୍ନ ଚାପ ଅଞ୍ଚଳରେ ଦୁର୍ବଳ ହେବା ସମ୍ଭାବନା ରହିଛି। ଭୁବନେଶ୍ୱରରେ ଥିବା ଭାରତ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ସୂଚନା ଦେଇଛି ଯେ ଗତକାଲି ରାତିରୁ ରାଜ୍ୟର ଅନେକ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେଉଛି। ସେହିଭଳି କଟକ ଏବଂ ଭୁବନେଶ୍ୱରର ଦୌତ ନଗରୀରେ ଆଜି ପ୍ରବଳ ବର୍ଷା ହେବ।