ବାତ୍ୟା ଯୋଗୁଁ ୧୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାତ୍ୟା ଜୱାଦ ଆଜି ମଧ୍ୟରାତ୍ରିରେ ଓଡ଼ିଶା ଉପକୂଳକୁ ଛୁଇଁବ। ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏନେଇ ଆସନ୍ତା କାଲି ରାଜ୍ୟର ୧୯ ଜିଲ୍ଲାର ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ତେବେ ଏହି ୧୯ ଜିଲ୍ଲା ମଧ୍ୟରେ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି ଓ ମଯୂରଭଞ୍ଜ ଜିଲ୍ଲାର ସ୍କୁଲ ଛୁଟି ପାଇଁ ଘୋଷଣା କରାଯାଇଛି। ସେହିପରି ଉକ୍ତ ଅଞ୍ଚଳର ସ୍କୁଲରେ ପରୀକ୍ଷା ସ୍ଥିର ହୋଇଥିଲେ ତାକୁ ସୁରକ୍ଷିତ ବ୍ୟବସ୍ଥାରେ କରାଯାଇପାରିବ ବୋଲି କୁହାଯାଇଛି।