ବାତ୍ୟା ନେଇ ସୂଚନା ଦେଲେ ଏସଆରସି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମ୍ଭାବ୍ୟ ବାତ୍ୟା ‘ଜାଭେଦ’କୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ, ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତ୍ତର୍କ କରାଯାଇଛି। ମତ୍ସ୍ୟଜୀବୀଙ୍କୁ ୨ ତାରିଖ ସୁଦ୍ଧା ଫେରି ଆସିବାକୁ କୁହାଯାଇଛି। ୩ରୁ ୫ ଯାଏ ଚିଲିକା ଓ ବଙ୍ଗେପାସାଗରରେ ମାଛଧରା ବାରଣ କରାଯାଇଛି। ଧାନ କାଟି ଆଣିବା ପାଇଁ ଚାଷୀଙ୍କୁ ଆଲର୍ଟ କରାଯାଇଛି। ୬୦ ଓଡ୍ରାଫ୍, ୧୭ ଏନଡିଆରଏଫ୍ ଓ ଅଗ୍ନିଶମର ୧୭୨ଟି ଟିମ୍ ମୁତୟନ ହେବେ। ପୂର୍ବ ଆକଳନ ଅନୁସାରେ ୯୦ରୁ ୧୦୦କିମି ବେଗରେ ପବନ ବୋହିବ। ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରଣ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର କୂଳିଆ ଲୋକଙ୍କୁ ଆବଶ୍ୟକସ୍ଥଳେ ସ୍ଥାନାନ୍ତରଣ କରାଯିବ। ବାତ୍ୟା ଆଶ୍ରୟସ୍ଥଳରେ କୋଭିଡ ନିୟମ କଡ଼ାକଡ଼ି ପାଳନ କରାଯିବ।