ଭୁବନେଶ୍ୱର,ଏନ୍ଏନ୍ଏସ୍: ଏକ ବଡ଼ ସଫଳତା କ୍ରମେ କମିସନରେଟ ପୁଲିସ ରବିବାର ଦିନ ଭୁବନେଶ୍ୱରରୁ ଏକ ସୁପାରୀ କିଲରଙ୍କୁ ଗିରଫ କରିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ସୁପାରୀ ହତ୍ୟାକାରୀ ଜଗତସିଂହପୁର ଜିଲ୍ଲାର ଏବଂ ରାଜ୍ୟ ରାଜଧାନୀ ସହରର ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବା ପାଇଁ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା। ତାଙ୍କୁ ନୟାପାଲ୍ଲୀ ଅଞ୍ଚଳରୁ ଗିରଫ କରାଯାଇଥିଲା ଏବଂ ତାଙ୍କ ନିକଟରୁ ଦୁଇଟି ପିସ୍ତଲ ଏବଂ କିଛି ରାଉଣ୍ଡ ଗୁଳି ଜବତ କରାଯାଇଛି।
ସୁପାରି କିଲର ଖବରପାଇ ପୁଲିସ ତାକୁ ଧରିବାକୁ ଉଦ୍ୟମ କରିଥିଲା ତେବେ ଏହି ସମୟରେ ପୁଲିସ ଉପରକୁ ବନ୍ଧୁକ ଦେଖାଇଥିଲା ଅଭିଯୁକ୍ତ। ସୂଚନା ମୁତାବକ ଅଭିଯୁକ୍ତ ନାମରେ କଟକ, ଜଗତସିଂହପୁର, କେନ୍ଦ୍ରାପଡାରେ ଏକାଧିକ ମାମଲା ଥିବା ଜଣାପଡିଛି। ଆଜି ସକାଳୁ ଜୈନିକ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ଖବର ପାଇ ନୟାପଲ୍ଲି ପୁଲିସ ସୁପାରି କିଲରଙ୍କୁ କାବୁ କରିଥିଲା। ଏହି ସମୟରେ ପାଲଟା ଆକ୍ରମଣରେ ଜଣେ ସବ ଇନସ୍ପେକ୍ଟର ସାମାନ୍ୟ ଆହାତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଟାର୍ଗେଟରେ ଥିବା ବ୍ୟବସାୟୀ ସୁରକ୍ଷିତ ଥିବା ପୁଲିସ ସୂଚନା ଦେଇଛି।
ଏହି ଘଟଣାରେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ କିଏ ସୁପାରି ଦେଇଥିଲା ଏବଂ ଏହାର କାରଣ କ’ଣ ତାହାର ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଏହି ଘଟଣାରେ କେତେ ଜଣ ସମୃକ୍ତ ଅଛନ୍ତି ଏବଂ କିଏ ଏହାର ମାଷ୍ଟର ମାଇଣ୍ଡ ପୁଲିସ ଏହାର ତଦନ୍ତ ଏବେ ଜାରି ରଖିଛି।