ବାରିପଦା,ଏନ୍ଏନ୍ଏସ୍: ଆଜିଠାରୁ ଆରମ୍ଭ ହେଲା ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ପ୍ରକ୍ରିୟା। ୫୦୦ ରୁ ଅଧିକ କ୍ୟାମେରାରେ ଗଣନା କାର୍ଯ୍ୟ ଆରମ୍ଭ ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି। ତେଣୁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି।
ଏହି ଗଣନା କାର୍ଯ୍ୟ ବେଳେ ନୂତନ କୌଶଳ ଅବଲମ୍ବନ କରାଯାଉଥିବା ସୁଚନା ମିଳିଛି। ଯାହା ଦ୍ୱାରା ଗଣନା କାର୍ଯ୍ୟ ଅତି ସହଜ ହେବ ଏବଂ ଖୁବ୍ କମ୍ ଦିନରେ ଏହା ଫଳାଫଳ ଜଣାପଡ଼ିବ। ଏସ.ଟି.ଆର. ପକ୍ଷରୁ ବିଭିନ୍ନ ପନ୍ଥା ଆପଣା ଯାଉଛି।
ଦୁଇଟି ସ୍ୱତନ୍ତ୍ର ଆପ୍ ଯୋଗେ ତାଲିମପ୍ରାପ୍ତ ବନ କର୍ମଚାରୀ ଏହି ଗଣନା କରିବେ। ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହି ଗଣନା ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ୪ଟି ପର୍ଯ୍ୟାୟରେ ଏହି ଗଣନା ୭ ଦିନ ଧରି ଚାଲିବ।