ଭୁବନେଶ୍ୱର, ଏନ୍ଏନ୍ଏସ୍: ମମିତା ମେହେର ହତ୍ୟା ମାମଲାରେ ବିରୋଧୀଙ୍କ ଆରୋପର ପ୍ରଥମଥର ପାଇଁ ଗଣମାଧ୍ୟମ ସମ୍ମୁଖରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ଦିବ୍ୟଶଙ୍କର କହିଛନ୍ତି ଯେ, ସନସାଇନ ପବ୍ଲିକ ସ୍କୁଲରେ ଘଟଣା ଘଟିଥିବାବେଳେ ସେଠାକୁ ମୁଁ କେବେ ଯାଇନି । ସ୍ଥାନୀୟ ବିଧାୟକ ଭାବେ ମୁଁ ମହାଲିଙ୍ଗ କଲେଜ ଜିବିର ସଭାପତି । ସନସାଇନ ସ୍କୁଲ ମାଲିକ ଉକ୍ତ ଗଭର୍ଣ୍ଣିଂ ବଡ଼ିର ଜଣେ ସଦସ୍ୟ । ଏହାକୁ ଯୋଡ଼ି ରାଜନୈତିକ ଷଡ଼ଯନ୍ତ୍ର କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଥିରେ ମୋର କୌଣସି ସମ୍ପୃକ୍ତି ନାହିଁ । ମୁଁ ଭାରତୀୟ ବାୟୁସେନାର ଜଣେ ପାଇଲଟ, ଦେଶ ପାଇଁ ଲଢ଼ିଛି । ମୋ ଦ୍ୱାରା କୌଣସି ଘୃଣ୍ୟ ଓ ବେଆଇନ କାର୍ଯ୍ୟ ହୋଇପାରିବନି । ମୁଁ ନିର୍ଦ୍ଦୋଷ, ମୋତେ ଦଣ୍ଡ ଦେବାକୁ ଚାଲିଥିବା ପ୍ରୟାସ ସଫଳ ହେବନି । ମମିତା ହତ୍ୟା ଏକ ଜଘନ୍ୟ କାଣ୍ଡ, ଯିଏ ବି ଦୋଷୀ ସିଏ ଦଣ୍ଡିତ ହେବ ।