Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଜମ୍ମୁ-କଶ୍ମୀର ଓ ଲଦାଖର ବିକାଶ ପାଇଁ ମୋଦୀ ସରକାର ପ୍ରତିବଦ୍ଧ- ଧର୍ମେନ୍ଦ୍ର ପ୍ରଧାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଜମ୍ମୁ-କଶ୍ମୀର ଓ ଲଦାଖର ବିକାଶ ପାଇଁ ମୋଦୀ ସରକାର ପ୍ରତିବଦ୍ଧ- ଧର୍ମେନ୍ଦ୍ର ପ୍ରଧାନ

ରାଜସ୍ଥାନରେ ବିଜେପିର ଜନଜାଗରଣ ସଭାରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜମ୍ମୁ-କଶ୍ମୀର ଓ ଲଦାଖର ବିକାଶ ପାଇଁ ମୋଦୀ ସରକାର ପ୍ରତିବଦ୍ଧ ବୋଲି ଗୁରୁବାର ଜମ୍ମୁ କାଶ୍ମିରରୁ ଧାରା ୩୭୦ ଓ ୩୫(କ) ଉଚ୍ଛେଦ ହେବା ପରିପ୍ରେକ୍ଷୀରେ ରାଜସ୍ଥାନର ଭରତପୁର ଠାରେ ଆୟୋଜିତ ବିଜେପିର ଜନଜାଗରଣ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଚ୍ଛେଦ ୩୭୦ ଓ ୩୫ (କ) ଦେଶ ବିରୋଧୀ ଥିଲା। ଏହା ଜମ୍ମୁ-କଶ୍ମୀରରେ ରହୁଥିବା ମହିଳା, ଯୁବବର୍ଗଙ୍କ ବିରୋଧୀ ଥିଲା।

ପାକିସ୍ତାନର ସମୃଦ୍ଧି ପାଇଁ ଧାରା ୩୭୦କୁ ବ୍ୟବହାର କରାଯାଉଥିଲା। ଜାମ୍ମୁ କାଶ୍ମୀରରେ ୩୭୦ ଧାରା ଲାଗୁ କାରଣରୁ ଯୁବକଙ୍କୁ ରୋଜଗାର ମିଳୁନଥିଲା। ବାହାର ରାଜ୍ୟର ଲୋକମାନେ ସେଠାରେ ଜାଗା କିଣିପାରୁନଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ସେଠାରେ ହୋଇପାରୁନଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଧାରା ୩୭୦ ଅସ୍ଥାୟୀ ଥିଲା।

ଦୀର୍ଘ ୭୦ ବର୍ଷ ଶାସନରେ ରହିବା ପରେ ମଧ୍ୟ କଂଗ୍ରେସ ଜମ୍ମୁ-କାଶ୍ମୀରରୁ ଏହି ଧାରାକୁ ଉଚ୍ଛେଦ କରିପାରି ନଥିଲା। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଢ ରାଜନୈତିକ ଇଚ୍ଛାଶକ୍ତି କାରଣରୁ ୩୭୦ ଧାରା ଓ ୩୫(କ) ଉଚ୍ଛେଦ ହୋଇପାରିଛି। ଜମ୍ମୁ-କଶ୍ମିରରୁ ଧାରା ୩୭୦ ଓ ୩୫(କ) ଉଚ୍ଛେଦ ମୋଦି ସରକାରଙ୍କ ଐତିହାସିକ ନିର୍ଣ୍ଣୟ ବୋଲି ସେ କହିଛନ୍ତି। ଏବେ ସେଠାରେ କେନ୍ଦ୍ର ସରକାର ବିକାଶ ପାଇଁ ପ୍ରତିବଦ୍ଧ।

ନାଫେଡ୍ ଜରିଆରେ କାଶ୍ମିରର ସେଓ କିଣିବା ପାଇଁ ସରକାର ନିର୍ଣ୍ଣୟ ନେଇଛନ୍ତି। ଯାହାର ପଇସା ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଆକାଉଂଟକୁ ଯିବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜମ୍ମୁ-କଶ୍ମିରରେ ୩୭୦ ଧାରା ଉଚ୍ଛେଦ ହେବା ପରେ ବର୍ତ୍ତମାନ ସେଠାରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ଯୁବକମାନେ ରୋଜଗାରର ସୁଯୋଗ ପାଇପାରୁଛନ୍ତି ବୋଲି ସେ କହିଛନ୍ତି।