ଜଳସଂରକ୍ଷଣ ଉପରେ ଓଡିଆ ପୁଅଙ୍କ ସଫଳ ଗବେଷଣା

ଢ଼େଙ୍କାନାଳ,ଏନ୍ଏନ୍ଏସ୍: ବିଦେଶରେ ଜଳସଂରକ୍ଷଣ ଉପରେ ଗବେଷଣା ଓ ଅନୁଧ୍ୟାନ କରି ଓଡିଶା ଫେରିଛନ୍ତି ଓଡିଆ ପୁଅ ଜ୍ଞାନରଂଜନ ଖୁଣ୍ଟିଆ। ଫ୍ରାନ୍ସର ଇସ୍ତିଆରେ ‘ରମଣ ଚର୍ପକ ଫେଲୋସିପ୍’ ଦ୍ବାରା ମାର୍ଚ୍ଚ ୨୫ରୁ ସେପ୍ଟେମ୍ବର ୨୪ ତାରିଖ ପର୍ୟ୍ୟନ୍ତ ୬ ମାସ ଧରି ଏହି କ୍ଷେତ୍ରରେ ଅଭିଜ୍ଞ ପ୍ରଫେସରମାନଙ୍କ ତତ୍ତ୍ଵାବଧାନରେ ସଫଳତାର ସହ ରିସର୍ଚ୍ଚ କରି ଫେରିଛନ୍ତି । ତେବେ ଏହି କାର୍ୟ୍ୟକ୍ରମରେ ଭାରତରୁ ବିଭିନ୍ନ ବିଭାଗରେ ମୋଟ ୨୫ ଜଣ ମନୋନୀତ ହୋଇଥିବାବେଳେ ଓଡିଶାରୁ ଏକମାତ୍ର ଯାନ୍ତ୍ରିକ ବିଜ୍ଞାନ ବିଭାଗରେ ଜ୍ଞାନ ରଂଜନ ମନୋନୀତ ହୋଇଥିଲେ।

ଢେଙ୍କାନାଳ କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ କଙ୍ଗେଇଲ ଗ୍ରାମର ଅବସରପ୍ରାପ୍ତ ପ୍ରାଣୀ ଚିକିସ୍ତ୍ରକ ମହେଶ୍ବର ଖୁଣ୍ଟିଆଙ୍କ ପୁଅ ଜ୍ଞାନ ରଂଜନ ଏବେ ଏନଆଇଟି ରାଉରକେଲାରେ ସିଭିଲ ଇଂଜିନିୟରିଂରେ ପିଏଚଡି ଅଧ୍ୟୟନ କରୁଛନ୍ତି। ତେବେ ଆଗାମୀ ଦିନରେ ସେ ଓଡିଶା ପାଇଁ ବିପର୍ୟ୍ୟୟର ପ୍ରତିକାର କ୍ଷେତ୍ରରେ ଗବେଷଣା କରିବାକୁ ଲକ୍ଷ୍ୟ ରଖିଛନ୍ତି । ଭୁବନେଶ୍ବର ବିମାନବନ୍ଦରରେ ପଂହଚିବା ପରେ ପରିବାର ଓ ସହକର୍ମୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।