ଭୁବନେଶ୍ୱର,ଏନ୍ଏନ୍ଏସ୍: ଅବସର ପରେ ନବରଙ୍ଗପୁର ଜିଲ୍ଲାପାଳ ଅଜିତ୍ କୁମାର ମିଶ୍ରଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ନିଯୁକ୍ତ କରାଯାଇଛି। ଏଠାରେ ସିଇଓ ଥିବା ଆଇଏଏସ୍ ପ୍ରେମଚନ୍ଦ୍ର ଚୌଧାରୀଙ୍କୁ ସେଠାରୁ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଅବସରପ୍ରାପ୍ତ ଓଏଏସ୍ ଅଜିତ୍ କୁମାର ମିଶ୍ର ଡବ୍ଲ୍ୟୁଓଡିସି ସିଇଓ ଭାବେ ଏକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।
ସେହିପରି ୨୦୧୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରେମଚନ୍ଦ୍ର ଚୌଧାରୀ ଡବ୍ଲ୍ୟୁଓଡିସି ସିଇଓ ସହ ଅତିରିକ୍ତ ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଥିଲେ। ଶ୍ରୀ ଚୌଧାରୀଙ୍କୁ ସିଇଓ ପଦରୁ ହଟାଇ ଦିଆଯାଇ କେବଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପଦବୀରେ ସେ ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ପାହ୍ୟାର ସୁବିଧାସୁଯୋଗ ପାଇବେ।