ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମୋହର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ କ୍ୟାବିନେଟର ଆଜି ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି ରାଜ୍ୟ ସରକାର। ସେଥିମଧ୍ୟରୁ ଧନ ସଂଗ୍ରହ ଲକ୍ଷ୍ୟ ସମେତ ବରମୁଣ୍ଡା ବସଷ୍ଟାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କ୍ୟାବିନେଟ ମୋହର ଲାଗିଛି।


ନିଷ୍ପତ୍ତି
 ମୁତାବକ ଚଳିତବର୍ଷ ୬୦ ଲକ୍ଷ ଟନ୍‍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିଭଳି ଧାନ ଓ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କ୍ୟାବିନେଟରେ ଗୃହୀତ ହୋଇଛି। ୪୧ ଲକ୍ଷ ଟନ ଚାଉଳ ସଂଗ୍ରହ ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ ନିଷ୍ପତ୍ତି ହୋଇଛି। ଧାନ ସଂଗ୍ରହରେ ପାକ୍‌ସଲାମ୍ପସ ସହ ଏସଏଚଜି ମହିଳା ସାମିଲ ହେବେ। ସେହିପରି ୨୪ରୁ ୪୮ ଘଣ୍ଟା ମଧ୍ୟରେ ଧାନ ବିକ୍ରି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯିବ। ତେବେ ଗତବର୍ଷ ସଂଗ୍ରହ ଲକ୍ଷ୍ୟ ଥିଲା ୫୫ ଲକ୍ଷ ଟନ ଥିବାବେଳେ ତାହା ୫ ଲକ୍ଷ ଟନ ବୃଦ୍ଧି ହୋଇଛି। ସେହିପରି ବରମୁଣ୍ଡା ବସ୍‍ଷ୍ଟାଣ୍ଡର ନବକଳେବର ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ଜଣା ପଡ଼ିଛି। ଯେଉଁଥିରେ ବସ୍‍ଷ୍ଟାଣ୍ଡର ନବୀକରଣ ପାଇଁ ୧୬୦ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏହି କାର୍ଯ୍ୟ ୨ବର୍ଷ ମଧ୍ୟରେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି।

ସେହିପରି ଅନ୍ୟ ୮ଟି ପ୍ରସ୍ତାବରେ ରାଜ୍ୟସରକାର ମୋହର ଲଗାଇଛନ୍ତି।