ସୁରଭିନଙ୍କ କ୍ଲିଭେଜ୍ ଦେଖିବାକୁ ଚାହୁଁଥିଲେ ଫିଲ୍ମ ନିର୍ଦ୍ଦେଶକ

ବଲିଉଡ୍ ଅଭିନେତ୍ରୀ ସୁରଭିନ୍ ଚାଓଲା ଫିଲ୍ମ ନିର୍ଦ୍ଦେଶକ ନାମରେ କାଷ୍ଟି କାଉଚ୍ ଅଭିଯୋଗ ଆଣିଛନ୍ତି। ହିନ୍ଦୀ ଘରୋଇ ଚାନେଲରେ ଇଣ୍ଟରଭ୍ୟୁ ଦେବା ସମୟରେ ସେ ଏହି ଅଭିଯୋଗ ବାଢ଼ିଛନ୍ତି। ସୁରଭିନ୍ କହିଛନ୍ତି ଯେ, ସେ ୨ଥର ବଲିଉଡ୍ ଫିଲ୍ମ ଓ ୩ଥର ସାଉଥ୍ ଇଣ୍ଡିଆନ ଫିଲ୍ମର ସୁଟିଂ ସମୟରେ କାଷ୍ଟିଂ କାଉଚ୍ ର ସମ୍ମୁଖୀନ ହୋଇଥିଲେ। ଜଣେ ନିର୍ଦ୍ଦେଶକ ତାଙ୍କର କ୍ଲିଭେଜ୍ ଦେଖେଇବା ଫାଇଁ କହିଥିଲେ। ସେହିପରି ଅନ୍ୟ ଜଣେ ନିର୍ଦ୍ଦେଶକ ସୁରଭିନଙ୍କ ଜଙ୍ଘ ଦେଖେଇବା ପାଇଁ କହିଥିଲେ।

୩୫ ବର୍ଷିଆ ସୁରଭିନ୍ ଆହୁରି କହିଥିଲେ ଯେ ଯେତେବେଳେ ତାଙ୍କର ଓଜନ ମାତ୍ର ୫୬କେଜି ଥିଲା, ଜଣେ ଫିଲ୍ମ ନିର୍ମାତା ତାଙ୍କ ଶରୀର ଅଧିକ ଓଜନ ବୋଲି କହିଥିଲେ। ଫିଲ୍ମ କରିବା ପୂର୍ବରୁ ଟେଲିଭିଜନ୍ ରେ ଅଭିନୟ କରିଥିଲେ। ସେତେବେଳେ ଦର୍ଶକ ତାଙ୍କର ହଟ୍ ଲୁକ୍ କୁ ଦେଖି ଫିଲ୍ମରେ ଅଭିନୟ କରିବା ପାଇଁ ଅନୁରୋଧ କରିଥିଲେ। ପରେ ସେ ଫିଲ୍ମରେ ନଜରକୁ ଆସିଥିଲେ। ସୁରଭିନ ତାଙ୍କର ବୋଲ୍ଟ ସିନ୍ ଓ ହଟ୍ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ହେଟ୍ ଷ୍ଟୋରୀ-୨ର ନାୟିକା ଭାବେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ସୁରଭିନ୍ ବେଶ ଲୋକପ୍ରିୟ ହୋଇପାରିଥିଲେ।