ସୁନ୍ଦର ଦିଶୁଛି ଶ୍ରୀମନ୍ଦିର

ସର୍ବଧର୍ମ ସମନ୍ୱୟର ପ୍ରତୀକ, ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ପାଲଟିଛି ଭୂସ୍ୱର୍ଗ। ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଏମିତି ଖୁବ୍ ସୁନ୍ଦର ଦେଖାଯାଉଛି।

ଯେକେହି ପୁରୀର ନିଳାଚଳ ଧାମକୁ ଦେଖିଲେ ସୌନ୍ଦର୍ଯ୍ୟମୟ ପରିବେଶରେ ମନ ଲାଖିହୋଇ ରହିଯିବ। ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ନିମନ୍ତେ ଜଗନ୍ନାଥ ମନ୍ଦିରର ଚାରିପାଖକୁ ଲାଗି ୭୫ମିଟର ଉଚ୍ଛେଦ କରାଯାଉଛି।

ତେବେ ଏହାସହ ମନ୍ଦିରକୁ ଆହୁରି ସୁନ୍ଦର କରିବା ଲାଗି ଉକ୍ତ ପବିତ୍ର ପରିବେଶର ନବୀକରଣ ମଧ୍ୟ କରାଯାଉଛି। ବିଶ୍ୱପ୍ରସିଦ୍ଧ ପୁରୀର ଏହି ନୂଆରୂପକୁ ଦେଖି ଭକ୍ତ, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।