ବିଜେପୁର ପାଇଁ ଆଜିଠାରୁ ଦାଖଲ କରିପାରିବେ ନାମାଙ୍କନପତ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେପୁର ଉପ ନିର୍ବାଚନ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ହୋଇଯାଇଛି। ଏଥିସହ ଆଜିଠାରୁପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚାଲିବ। ତେବେ ସେପ୍ଟେମ୍ବର  ୩୦ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ କରିପାରିବେ। ଏହାପରେ ଅକ୍ଟୋବର ୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ଏବଂ ନାମଙ୍କନ ପ୍ରତ୍ୟାହାରର  ଶେଷ ତାରିଖ ଅକ୍ଟୋବର ୩ତାରିଖ ରହିଛି। ଅକ୍ଟୋବର ୨୧ରେ ବିଜେପୁର ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ଓ ୨୪ରେ ଭୋଟ ଗଣତି ହେବ। ୨୭ ଅକ୍ଟୋବର ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ।