Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଅବସର ପରେ ବହି ଲେଖିବି: ନବୀନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଅବସର ପରେ ବହି ଲେଖିବି: ନବୀନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୋ’ ଉତ୍ତରାଧିକାରୀ ଓଡ଼ିଶାବାସୀ ଚୟନ କରିବେ। ରାଜନୀତିରୁ ଅବସର ନେବା ପରେ ବହି ଲେଖିବାରେ ସମୟ କଟାଇବି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରବିବାର ଭୁବନେଶ୍ୱରର ଏକ ତାରକା ହୋଟେଲରେ ଆୟୋଜିତ ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସ ଲିଟରାରୀ ଫେଷ୍ଟିଭାଲର ଉଦଯାପନୀ ଉତ୍ସବରେ ଭାଗ ନେଇ ନବୀନ ନିଜର ମନର ଏଭଳି ଅନେକ କଥା କହିଛନ୍ତି।

ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ନବୀନ ନିଜର ସାମାଜିକ ଜୀବନଠାରୁ ଆରମ୍ଭ କରି ଭବିଷ୍ୟତର ରାଜନୈତିକ କାର୍ଯ୍ୟପନ୍ଥା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ ସହ ଘନିଷ୍ଠତା ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଲେ, ଉଭୟ ସରକାର ନିଜ ନିଜ ଭିତରେ ଗଠନମୂଳକ ସହଯୋଗ ଓ ସମ୍ପର୍କ ରଖିବାରେ ବିଶ୍ୱାସ କରନ୍ତି; ଯାହା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ସଂଘୀୟ ଢାଞ୍ଚାକୁ ମଜବୁତ୍ କରିବ।

ସଚିବାଳୟର ନାମ ପରିବର୍ତ୍ତନ କରି ଲୋକସେବା ଭବନ ନାମରେ ନାମିତ କରିବାର ଉଦ୍ଦେଶ୍ୟ ସମ୍ପର୍କରେ ନବୀନ କହିଲେ, ଆମେ ଏକ ଜନକୈନ୍ଦ୍ରୀକ ସରକାର ବୋଲି ପ୍ରମାଣ ଦେଇଛୁ। ଅତୀତରେ ଆମ ସରକାର ରାଜ୍ୟବାସୀଙ୍କ ଜୀବନଧାରଣର ମାନଦଣ୍ଡରେ ସୁଧାର ଆଣିଥିବା ବେଳେ ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ ଆମ ଯାତ୍ରା ଜାରି ରହିଛି। ଏବେ ରାଜ୍ୟରେ ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସାଧାରଣ ଜନତାଙ୍କ ପାଖରେ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ଓ ଯୋଜନାକୁ ଉପଲବ୍ଧ କରାଇବା ଆମ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ନିଜର ଫିଟ୍ନେସ୍ ସଂପର୍କରେ ନବୀନ କହିଛନ୍ତି ଯେ ସେ ସକାଳେ ଓ ସନ୍ଧ୍ୟାବେଳେ ପ୍ରତିଦିନ ଦୁଇଥର ବ୍ୟାୟାମ କରନ୍ତି। ସେହିପରି ନିଜ ଖାଦ୍ୟପେୟ ପ୍ରତି ସେ ସର୍ବାଧିକ ଯତ୍ନବାନ ଅଛନ୍ତି। ସେ ସବୁବେଳେ କମ୍ ଖାଦ୍ୟ ଖାଆନ୍ତି। କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ସେ ସମର୍ଥନ କରନ୍ତି ଏବଂ ଏହାଦ୍ୱାରା କଶ୍ମୀରରେ ଅଧିକ ବିକାଶମୂଳକ କାର୍ଯ୍ୟ ହୋଇପାରିବ।

ନବୀନ ମ୍ୟାଜିକ୍ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ, ଲୋକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିବା ଏବଂ ଲୋକଙ୍କ ସହ ଜଡ଼ିତ ଥିବାରୁ ଆମେ ବାରମ୍ବାର ଲୋକଙ୍କ ଭରଷା ଓ ଆଶୀର୍ବାଦ ଜିତିଆସୁଛୁ। ଏହା କୌଣସି ମ୍ୟାଜିକ ନୁହେଁ, ବରଂ ଭଲ ଟିମ୍ ୱାର୍କ ପାଇଁ ଏସବୁ ସମ୍ଭବ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଜ ଅବସରକାଳୀନ ଜୀବନ ସମ୍ପର୍କରେ ସମ୍ୟକ୍ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅବସରରେ ପରେ ସେ ବହି ଲେଖିବାରେ ସମୟ କଟାଇବେ।

ସେହିପରି କାର୍ଯ୍ୟକ୍ରମରେ ଓଡ଼ିଆ ସାହିତ୍ୟକୁ ନେଇ ଦୀର୍ଘ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ସେ କହିଲେ ଯେ ସାମାଜିକ ବିକାଶ ପାଇଁ ସାହିତ୍ୟ ଅପରିହାର୍ଯ୍ୟ। ବିଶ୍ୱର ବିଭିନ୍ନ ସ୍ଥାନରେ ହୋଇଥିବା ସାମାଜିକ ପରିବର୍ତ୍ତନରେ ଲେଖକଙ୍କର ବୈପ୍ଳବିକ ଚିନ୍ତାଧାରା ହିଁ ସର୍ବାଧିକ ଭୂମିକା ଗ୍ରହଣ କରିଛି। ଓଡ଼ିଶାରେ ସାରଳ ଦାସଙ୍କ ଦ୍ୱାରା ଲିଖିତ ମହାଭାରତ ଓଡ଼ିଆ ସାହିତ୍ୟର ପରିବର୍ତ୍ତନର ବାହକ ଥିଲା। ଏହା ସାଧାରଣ ଲୋକଙ୍କୁ ସାହିତ୍ୟ ଏବଂ ଆମର ମହାନ ସଂସ୍କୃତି ସହ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

ସେହିପରି ସନ୍ଥକବି ଭୀମ ଭୋଇ ନିଜ ସାହିତ୍ୟ ମାଧ୍ୟମରେ ସମାଜିକ ପ୍ରତିବନ୍ଧକ ସହ ଲଢ଼େଇ କରୁଥିବା ବେଳେ ପ୍ରତିଭା ରାୟଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ବେଶ୍ ପ୍ରଶଂସା କରିଥିଲେ। ଏହି ଅବସରରେ ଫକୀରମୋହନ ସେନାପତିଙ୍କୁ ମୁଖ୍ୟମନ୍ତ୍ରୀ ନିଜର ପ୍ରିୟ ଲେଖକ ବୋଲି କହିଥିଲେ। କ୍ରୀଡ଼ାରେ ଖର୍ଚ୍ଚ କରିବା ଅର୍ଥ ରାଜ୍ୟର ଯୁବପିଢ଼ିଙ୍କ ପାଇଁ ଖର୍ଚ୍ଚ କରିବା। ଭବିଷ୍ୟତରେ ଅଧିକରୁ ଅଧିକ ଅଲମ୍ପିକ୍ ଖେଳାଳୀ ସୃଷ୍ଟି କରିବା ଆମର ଲକ୍ଷ୍ୟ ବୋଲି ସେ କହିଥିଲେ।