ହାଇଦର ଏନକାଉଣ୍ଟରର ହେବ ଫରେନ୍‌ସିକ ଯାଞ୍ଚ: ଲ୍ୟାବ ଗଲା ବନ୍ଧୁକ, କପଡ଼ା ଓ ରକ୍ତଭିଜା ମାଟି

ଭୁବନେଶ୍ୱର,ଏନ୍ଏନ୍ଏସ୍: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ଏନକାଉଣ୍ଟରକୁ ୧୩ ଦିନ ବିତିଗଲାଣି। ପୁଲିସ କର୍ମଚାରୀଙ୍କୁ ଚଖମା ଦେଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ହାଇଦରକୁ ଏନକାଉଣ୍ଟର କରାଯାଇଥିଲା। ଏହାପରେ ଏନକାଉଣ୍ଟରକୁ ନେଇ ହାଇଦରର ପରିବାର ଲୋକ ଓ ସାଧାରଣ ଲୋକେ ପ୍ରଶ୍ନ ଉଠାଇଥିଲେ।

ପରେ ପୁଲିସ ପକ୍ଷରୁ ଏନକାଉଣ୍ଟରର ଫରେନ୍ସିକ୍ ଯାଞ୍ଚ ପାଇଁ ସବୁ ପ୍ରମାଣକୁ ଲ୍ୟାବ ପଠାଯାଇଛି। ପ୍ରମାଣ ଆକାରରେ ଏନକାଉଣ୍ଟର କରାଯାଇଥିବା ବନ୍ଧୁକ, କପଡ଼ା ଓ ରକ୍ତଭିଜା ମାଟିକୁ ଫରେନ୍‌ସିକ ଲ୍ୟାବ ପଠାଯାଇଥିବା ବାଲେଶ୍ୱର ଡିଏସପି ବଳରାମ ନାୟକ ସୂଚନା ଦେଇଛନ୍ତି।