ଦରମା ନେବୁ ନାହୁଁ: ପରାମର୍ଶଦାତା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିନା ବେତନରେ କାମ କରିବୁ ଓ ମାଗଣାରେ ଜନତାଙ୍କ ସେବା କରିବୁ ବୋଲି ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଭିନ୍ନ ସରକାରୀ ବିଭାଗର ପରାମର୍ଶଦାତା ଏକ ଚିଠି ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକଥା ଜଣାଇଛନ୍ତି । ଜନତାଙ୍କ ସେବାପାଇଁ କୌଣସି ଦରମା ନେବେନାହିଁ ବୋଲି ପରାମର୍ଶଦାତାମାନେ ଘୋଷଣା କରିଛନ୍ତି।

କେବଳ ଏତିକି ନୁହେଁ ଜନତାଙ୍କ ସେବାର ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶଦାତାମାନେ ଧନ୍ୟବାଦ ଅର୍ପଣ କରିଛନ୍ତି । ଲୋକଙ୍କ ସେବା ହିଁ ନେତାଙ୍କ ମୂଳ ଧର୍ମ ବୋଲି କହିଥିଲେ। ତେବେ ନବୀନଙ୍କ ପଞ୍ଚମ ପାଳିରେ ବିଜେଡି ନେତା ଓ ବିଭିନ୍ନ ବିଭାଗର ପରାମର୍ଶଦାତାମାନେ ଲୋକଙ୍କ ସେବାରେ ସମର୍ପିତ ବୋଲି ଜଣାଇଛନ୍ତି।

ସୂଚନା ଅନୁଯାୟୀ ଗତମାସ ବିଜେଡି ନେତାଙ୍କୁ ରାଜ୍ୟ ସରକାର ବିଭିନ୍ନ ବିଭାଗରେ ନିଯୁକ୍ତି ଦେଇଥିଲେ । ୩୫ ଜଣ ବିଜେଡି ନେତାଙ୍କୁ ବିଭିନ୍ନ ସରକାରୀ ପଦବୀରେ ନିଯୁକ୍ତି ଦିଆଯାଇଥିଲା । ଟିକଟରୁ ବଞ୍ଚିତ ହୋଇ ମଧ୍ୟ ଯେଉଁମାନେ ବିଜେଡି ସହିତ ନିଜର ଆନୁଗତ୍ୟ ପ୍ରଦର୍ଶନ କରିଥିଲେ, ସେମାନଙ୍କୁ ବିଭିନ୍ନ କମିସନ, କର୍ପୋରେସନ ଓ ବୋର୍ଡରେ ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଥିଲା ।