Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଚିକଚିକ୍ କରିବ ସବୁ ଗ୍ରାମାଞ୍ଚଳ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଚିକଚିକ୍ କରିବ ସବୁ ଗ୍ରାମାଞ୍ଚଳ

କାର୍ଯ୍ୟକାରୀ ହେବ ନୂଆ ଗ୍ରାମାଞ୍ଚଳ ‘ସ୍ୱଚ୍ଛତା ନୀତି’

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗ୍ରାମ ସ୍ୱରାଜ ଓ ସ୍ୱଚ୍ଛତାକୁ ନେଇ ଦେଶ ବ୍ୟାପୀ ବିଭିନ୍ନ ରାଜ୍ୟର ସରକାର ନୂଆ ନୂଆ ପଦକ୍ଷେପ ଆପଣାଉଛନ୍ତି। ଯାହା ଫଳରେ ସମଗ୍ର ଦେଶରେ ସ୍ୱଚ୍ଛତା ଏକ ଆନ୍ଦୋଳନ ଭାବେ ପ୍ରତିପାଦିତ ହୋଇପାରିଛି। ତେବେ ଓଡ଼ିଶା ସରକାର ଖୁବ ଶୀଘ୍ର ସହରାଞ୍ଚଳ ଭଳି ଗ୍ରାମାଞ୍ଚଳକୁ ସ୍ୱଚ୍ଛ ଓ ସୁସ୍ଥ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଖୁବଶୀଘ୍ର ରାଜ୍ୟରେ ନୂଆ ଗ୍ରାମାଞ୍ଚଳ ସ୍ୱଚ୍ଛତା ନୀତି ଲାଗୁ ହେବାକୁ ଯାଉଛି।

ଏନେଇ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ‘ସ୍ୱଚ୍ଛ ଏବଂ ସୁସ୍ଥ ଗ୍ରାମ’ ଏହି ପଲିସିର ମୁଖ୍ୟ ଲକ୍ଷ୍ୟ ରହିଛି। ଗ୍ରାମାଞ୍ଚଳରେ ରହୁଥିବା ପ୍ରତ୍ୟେକ ଲୋକ କିଭଳି ଗ୍ରାମାଞ୍ଚଳର ସ୍ୱଚ୍ଛତାକୁ ଆପଣେଇବେ ତାହାକୁ ସରକାର ପ୍ରଧାନ୍ୟ ଦେବେ। ଏହାସହ ଗ୍ରମାଞ୍ଚଳରେ କିଭଳି କଠିନ ଓ ତରଳ ବର୍ଜ୍ୟବସ୍ତୁକୁ ପୁନଃ ବ୍ୟବହାର ଉପଯୋଗୀ କରାଯାଇପାରିବ ସେନେଇ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରାଯାଇଛି। ଗ୍ରାମାଞ୍ଚଳର ପରିବେଶକୁ ବର୍ଜ୍ୟବସ୍ତୁ ମୁକ୍ତ କରିବା, ସୁସ୍ଥ ରଖିବା ସହ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ଉପରେ ସରକାର ଧ୍ୟାନ ଦେବେ।

ସ୍ୱଚ୍ଛ ଏବଂ ସୁସ୍ଥ ଗ୍ରାମ ଲକ୍ଷ୍ୟକୁ ବାସ୍ତବିକତାର ରୂପ ଦେବା ପାଇଁ ପଞ୍ଚାୟତିରାଜ ବିଭାଗ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି। ଏଥିରେ ବିଭିନ୍ନ ଦିଗକୁ ଗୁରୁତ୍ୱ ଦିଆଯାଇଛି। ଗ୍ରାମାଞ୍ଚଳରେ ବାହ୍ୟ ମଳମୁତ୍ର ଯୋଗୁଁ ପରିବେଶ ଦୁଷିତ ହେଉଛି। ଏହାକୁ ରୋକିବା ପାଇଁ ସୁରକ୍ଷିତ ପରିମଳ ବ୍ୟବସ୍ଥାକୁ ବ୍ୟାପକ ପରିମାଣରେ କରାଯିବା ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ୨୦୧୯-୨୦୨୪ ମଧ୍ୟରେ ଏହି ପ୍ରକ୍ରିୟାକୁ ରାଜ୍ୟର ୯୦ ପ୍ରତିଶତ ଗାଁରେ ସଫଳ ରୂପାୟନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦୩୦ ସୁଦ୍ଧା ୧୦୦ ପ୍ରତିଶତ କରାଯିବା ନେଇ ଲକ୍ଷ୍ୟ ରହିଛି।

ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ କଠିନ ଓ ତରଳ ବର୍ଯ୍ୟବସ୍ତୁ ସଂଗ୍ରହ କରି ଏହାକୁ ପୁନଃ ବ୍ୟବହାର ଯୋଗ୍ୟ କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଶିଳ୍ପସଂସ୍ଥା ଓ ଅନ୍ୟାନ୍ୟ ସଂସ୍ଥାମାନଙ୍କୁ ବର୍ଯ୍ୟବସ୍ତୁକୁ ରିସାଇକ୍ଲିଂ କରିବା ନେଇ ପ୍ରୋତ୍ସାହନ ଦିଆଯିବ। ବର୍ଜ୍ୟବସ୍ତୁ ସମ୍ପର୍କରେ ଗାଁରେ ବସବାସ କରୁଥିବା ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରାଇବା ପାଇଁ ମଧ୍ୟ ସରକାର ଯୋଜନା କରିଛନ୍ତିି। ତେଣୁ ୨୦୧୯-୨୪ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ୭୦ରୁ ୮୦ ପ୍ରତିଶତ ସଫଳ କରିବା ନେଇ ପଞ୍ଚାୟତିରାଜ ବିଭାଗ ଲକ୍ଷ୍ୟ ରଖିଛି। ସେହିପରି ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳରେ ୩୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଦୂଷିତ ଜଳ ଏବଂ ବାୟୋ ସଲିଡକୁ ପୁନଃ ବ୍ୟବହାର କ୍ଷମ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ନୂଆ ସ୍ୱଚ୍ଛତା ଓ ସୁସ୍ଥ ଗ୍ରାମାଞ୍ଚଳ ନୀତିର କାର୍ଯ୍ୟନ୍ୱୟନ ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ରାଜ୍ୟବ୍ୟାପୀ ହେବାକୁ ଥିବା ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଲାଗୁ କରିବା ପାଇଁ ସମସ୍ତ ବିଭାଗର ସହଭାଗୀତାର ଆବଶ୍ୟକତା ରହିଛି। ଏହାର ସଫଳ ରୂପାୟନ ପାଇଁ ଅନ୍ତ ବିଭାଗୀୟ କମିଟି ଗଠନ ହେବ। ଏଥିସହ ନିର୍ବାଚନ ମଣ୍ଡଳୀର ସାଂସଦଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଅନୁଧ୍ୟାନ ଓ ପରିଚାଳନା କମିଟି ଗଠନ କରାଯିବ।

ଜିଲ୍ଲାପାଳ କିମ୍ବା ତାଙ୍କ ଦ୍ୱାରା ଚୟନ ହୋଇଥିବା ଜଣେ ଅଧିକାରୀ ନୋଡାଲ ଅଫିସର ଦାୟିତ୍ୱରେ ରହିବେ। ସେହିଭଳି ବ୍ଲକ ସ୍ତରରେ ବିଡିଓ ଓ ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ୟ ମନୋନିତ ଅଧିକାରୀ ଅନୁଧ୍ୟାନ ଏବଂ ପରିଚାଳନା ଦାୟିତ୍ୱରେ ରହିବେ। ଏହି ସ୍ୱଚ୍ଛତା ନୀତିରେ ବିସୁଦ୍ଧ ପାନୀୟ ଜଳ ଯୋଗାଣକୁ ମଧ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ସ୍ୱଚ୍ଛତା କାର୍ଯ୍ୟକ୍ରମରେ କୌଣସି ଅନିୟମିତତା କିମ୍ବା ବ୍ୟତିକ୍ରମ ପରିଲଖିତ ହେଲେ ଗ୍ରାମ୍ୟ ପାନୀୟ ଏବଂ ସ୍ୱଚ୍ଛତା କମିଟିକୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜୋରିମାନା ଆଦାୟ କରିବା ପାଇଁ କ୍ଷମତା ପ୍ରଦାନ କରାଯାଇଛି।

ଜଳ ଏବଂ ସ୍ୱଚ୍ଛତା କ୍ଷେତ୍ରରେ ଏହି କମିଟି ଗ୍ରାମାଞ୍ଚଳରେ ଖର୍ଚ୍ଚ ହୋଇଥିବା ଅର୍ଥ ବ୍ୟବହାରକାରୀଙ୍କ ଠାରୁ ଆଦାୟ କରିବ। ଏହାସହ ଡିଏମଏଫ, ଏମପିଲାଡ, ଏମଏଲଏଲାଡ, ମାଇକ୍ରୋ ଫାଇନାନ୍ସିଂରୁ ଅର୍ଥ ବ୍ୟବସ୍ଥା କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି।