- ଭୁବନେଶ୍ୱର: ବିଟେକ୍ ପ୍ରଥମ ବର୍ଷ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଚଳିତ ବର୍ଷ ସ୍ୱତନ୍ତ୍ର ଓଜେଇଇ ଆୟୋଜନ କରାଯିବ। ଏଥିପାଇଁ ଆସନ୍ତାକାଲି ଅର୍ଥାତ ଜୁଲାଇ ୨୩ରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଓ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୧୦। ଅଗଷ୍ଟ ୧୨ ପର୍ଯ୍ୟନ୍ତ ପରୀକ୍ଷା ଫି’ ଦାଖଲ କରିହେବ। ଯେଉଁ ଛାତ୍ରଛାତ୍ରୀମାନେ ଜେଇଇ (ମୁଖ୍ୟ) ପାଇଁ ଆବେଦନ କରିନାହାନ୍ତି ବା କରିବେ ନାହିଁ, କେବଳ ସେମାନେ ସ୍ୱତନ୍ତ୍ର ଓଜେଇଇ ପାଇଁ ଆବେଦନ କରିପାରିବେ। ଗତ ବର୍ଷ ମହାମାରୀ ଯୋଗୁଁ ସ୍ୱତନ୍ତ୍ର ଓଜେଇଇ ଆୟୋଜନ ହୋଇପାରିନଥିଲା। ତେବେ ଏବର୍ଷ ମହାମାରୀ ସତ୍ତେ୍ୱ ତାହାକୁ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ୟ୍ୟାୟ ଓଜେଇଇ କାଉନସେଲିଂ ପରେ ଖାଲି ପଡ଼ିଥିବା ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜର ପ୍ରଥମ ବର୍ଷ ବିଟେକ୍ ସିଟଗୁଡ଼ିକୁ ପୂରଣ କରିବାକୁ ସ୍ୱତନ୍ତ୍ର ଓଜେଇଇ କରାଯାଇଥାଏ।