କମୁଛି ସଂକ୍ରମଣ, ଥମୁନି ମୃତ୍ୟୁହାର

  • ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର କମୁଥିଲେ ମଧ୍ୟ ମୃତ୍ୟୁହାର ଥମିବାର ନାଁ ଧରୁନି। ରାଜ୍ୟରେ ୩ ମାସରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୨ ହଜାର ତଳେ ରହିଛି। ୨୪ ଘଣ୍ଟା ମଧ୍ୟରେ ୧୯୯୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଟେଷ୍ଟ ପଜିଟିଭିଟି ରେଟରେ ବି ହ୍ରାସ ପରିଲକ୍ଷିତ ହୋଇଛି। କିନ୍ତୁ ମୃତ୍ୟୁସଂଖ୍ୟା କମୁନି। ମହାମାରୀ ଆଉ ୬୩ ଜୀବନ ନେଇଛି।