ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାରେ ୨,୩୩୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩୪୨ଜଣ ଓ ସ୍ଥାନୀୟ ସଂକ୍ରମଣ ୯୯୨ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୩୭ହଜାର ୪୭୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୮୦, କଟକରୁ ୩୭୧, କେନ୍ଦ୍ରାପଡ଼ାରୁ ୧୯୬, ଯାଜପୁରରୁ ୧୭୯, ବାଲେଶ୍ୱରରୁ ୧୬୪, ଭଦ୍ରକରୁ ୧୨୧, ପୁରୀରୁ ୧୦୬, ମୟୁରଭଞ୍ଜରୁ ୧୦୪, ଜଗତସିଂହପୁରରୁ ୧୦୧, ନୟାଗଡ଼ରୁ ୯୪, ସୁନ୍ଦରଗଡ଼ରୁ ୮୭, ଷ୍ଟେଟପୋଲରୁ ୭୬, ଅନୁଗୁଳରୁ ୬୪, କେଉଁଝରରୁ ୫୧ ଓ ରାୟଗଡ଼ାରୁ ୩୮ଜଣ ରହିଛନ୍ତି। ସେହିପରି ଢେଙ୍କାନାଳରୁ ୩୪, କନ୍ଧମାଳରୁ ୨୯, ସମ୍ବଲପୁରରୁ ୨୧, କୋରାପୁଟରୁ ୧୯, ବରଗଡ଼ରୁ ୧୭, ବୌଦ୍ଧ ଓ ମାଲକାନଗିରିରୁ ୧୩ ଲେଖାଏଁ, ସୋନପୁରରୁ ୧୨, କଳାହାଣ୍ଡିରୁ ୯, ନବରଙ୍ଗପୁରରୁ ୭, ଝାରସୁଗୁଡ଼ା, ବଲାଙ୍ଗିର ଓ ଗଞ୍ଜାମରୁ ୬ ଲେଖାଏଁ, ଦେଓଗଡ଼ରୁ ୫, ନୂଆପଡ଼ାରୁ ୩, ଗଜପତି ଜିଲ୍ଲାରୁ ୨ଜଣ ରହିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୩୭ହଜାର ୪୭୦ ହୋଇଥିବାବେଳେ ୯ଲକ୍ଷ ୬ହଜାର ୫୧୯ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୪,୫୩୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୬ହଜାର ୩୬୪ଜଣ ଚିକିତ୍ସିତ ହେଉଛନ୍ତି।